ପ୍ରତାପ ଷଡ଼ଙ୍ଗୀଙ୍କ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ

ସଂସଦର ଶୀତ ଅଧିବେଶନ ଜାରି ରହିଛି । ସଂସଦ ଶିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ ଷଡଙ୍ଗୀ। ଗୁରୁତର ଅବସ୍ଥାରେ ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ କରାଇବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଫୋନ ଯୋଗେ କଥା ହେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ଵାସ୍ତ୍ୟବସ୍ତା ପଚାରି ବୁଝିଛନ୍ତି ।

PM Modi dials BJP MPs Pratap Sarangi

ଅନ୍ୟପଟେ, ଘଟଣା ସଂପର୍କରେ ସଫେଇ ଦେଇଛନ୍ତି ରାହୁଲ ଗାନ୍ଧି। ମକର ଦ୍ୱାର ପଟେ ସଂସଦ ଭିତରକୁ ଯିବା ପାଇଁ ରୋକାଯାଉଥିଲା। ଏହି ସମୟରେ ଠେଲାପେଲା ହୋଇଥିଲା। ଠେଲାପେଲା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀ ପଡ଼ି ଯାଇଥିଲେ ।

ମଲ୍ଲୀକାର୍ଜୁନ ଖଡ଼ଗେ କହିଛନ୍ତି, ସଂସଦରେ ବିଜେପି ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଜୋରସୋର ବିରୋଧ କରିଥିଲେ। ପ୍ରବଳ ହଟଗୋଳ କାରଣରୁ ଉଭୟ ରାଜ୍ୟସଭା ଓ ଲୋକସଭା ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+