ପହଲଗାମ୍‌ ଆତଙ୍କୀ ହାମଲାକୁ ନେଇ ବଡ଼ ଧରଣର ଆଲୋଚନା; ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକ

ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକ । ପହଲଗାମ୍‌ ଆତଙ୍କୀ ହାମଲାକୁ ନେଇ ବଡ଼ ଧରଣର ଆଲୋଚନା । ସୁରକ୍ଷା ସମ୍ପର୍କିତ ହୋଇପାରେ ବଡ଼ ଧରଣର ନିଷ୍ପତ୍ତି।

PM Modi Defence Minister Rajnath Singh h

ପହଲଗାମରେ ଆତଙ୍କୀ ହାମଲା ପରେ ଭୁଶୁଡି ପଡିବ କି ଜମ୍ମୁ କାଶ୍ମୀର ପର୍ଯ୍ୟଟନ ଅର୍ଥନୀତି ? ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀଙ୍କ ଚିନ୍ତା ବଢିଛି ।

ଛୁଟି ପାଇଁ ଅନେକ ବୁକିଂ କ୍ୟାନସେଲ ହେଉଛି । ଅଧାରୁ ଅଧିକ ଲୋକ ଅନ୍ୟତ୍ର ବୁଲିବାକୁ ପ୍ଲାନ୍ କରିଛନ୍ତି । ଏନେଇ ଅନେକ ଟୁର ଓ ଟ୍ରାଭେଲସ ଅପରେଟର ଚିନ୍ତା ପ୍ରକଟ କରିଛନ୍ତି ।

ଦେଶର ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳି ଭାବେ କାଶ୍ମୀର ରହିଛି ଅଧିକ ଡିମାଣ୍ଡ । ପ୍ରକୃତିର ଭୂ-ସ୍ବର୍ଗକୁ ବୁଲିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ବିଶେଷ ଭାବେ ଗ୍ରୀଷ୍ମ ଛୁଟି କଟାଇବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ କାଶ୍ମୀରକୁ । ମିନି ସୁଇଜରଲାଣ୍ଡରେ ସ୍ମୃତି ସାଉଁଟିବାକୁ ପର୍ଯ୍ୟଟକଙ୍କ ନାହିଁନଥିବା ଉତ୍ସାହ । ଏବେ ଆତଙ୍କୀ ପରେ ସବୁକିଛି ଛାରଖାର ହୋଇଯାଇଛି । ଆଗଭଳି ଆଉ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି ।

'କାଶ୍ମୀର ଟୁରିଷ୍ଟ ପ୍ୟାକେଜ ପଚାଶ ପ୍ରତିଶତ କ୍ୟାନସେଲ ହେଲାଣି'

ଏନେଇ ଟୁର ଆଣ୍ଡ ଟ୍ରାଭେଲ୍ସ ଅପରେଟର ତଥା ସାଣ୍ଡ ପିବେଲ ଏମଡି ଆଲୋକ କୁମାର ମହାରଣା କ‌ହିଛନ୍ତି, '' ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ପରେ ପର୍ଯ୍ୟଟନ ଉପରେ ବହୁତ ଭାବରେ ପ୍ରଭାବ ପଡିଛି । ସେଦିନ ଆକ୍ରମଣ ଦିନ ସନ୍ଧ୍ୟା ପରଠୁ କାଶ୍ମୀର ପଟରେ ଯିବା ପାଇ‌ଁ ଯେଉଁ ସବୁ ଲୋକଙ୍କ ଇନକ୍ୟୁରି ଆସୁଥିଲା ତାହା ଆଉ ଆସୁନାହିଁ । ଗୋଟେ କଲ ବି ରିସିଭ ହେଉନି । ଯେଉଁମାନେ ଆଗରୁ ବୁକିଂ କରିଥିଲେ ସେମାନେ କ୍ୟାନସେଲ ଆରମ୍ଭ କଲେଣି । ପଚାଶ ପ୍ରତିଶତ କ୍ୟାନସେଲ ହେଲାଣି । ସାଧାରଣ ମେ ମାସ ପରଠୁ ବୁକିଂ ଚାଲେ । ସ୍କୁଲ ଛୁଟି ହୋଇଯାଇଥାଏ ଲୋକମାନେ ବୁଲିବାକୁ ଯାଇଥାନ୍ତି । ଲୋକମାନଙ୍କ ଯିବା ପାଇଁ ଆଗ୍ରହ ଥିଲେ ସେମାନେ ଅନ୍ୟତ୍ର ଯିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ଯିଏ ମେ ସେ ଶେଷ ଆଡକୁ ବା ଜୁନରେ ଯିବେ ବୋଲି ବୁକିଂ କରିଥିଲେ ସେମାନେ କ୍ୟାନସେଲ କରିଦେଲେଣି । ଅଲଗା ସେକ୍ଟର ଆଡକୁ ଡେଷ୍ଟିନେସନ ଚେଞ୍ଜ କରିଦେଉଛନ୍ତି । ଏଭଳି ହେଲେ ପର୍ଯ୍ୟଟନ କ୍ଷେତ୍ରରେ ଏହାର ପ୍ରଭାବ ପକାଇଛି । ସରକାର ଏହା ଉପରେ ନଜର ପକାଇ ଆବଶ୍ୟକ ରହିଛି କାଶ୍ମୀରର ସ୍ବଭାବିକ ପରିସ୍ଥିତି ଯେମିତି ଫେରିଆସିବ । ''

ଜମ୍ମୁ କାଶ୍ମୀର ଡେଷ୍ଟିନେସନ ବଦଳାଇ ଦେଉଛନ୍ତି ପର୍ଯ୍ୟଟକ:

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ପର୍ଯ୍ୟଟକ ଯେଉଁମାନେ ଯିବା ପାଇଁ ବୁକିଂ କରିଥିଲେ ଟ୍ରାଭେଲ ଏଜେସି ବା ନିଜସ୍ବ ସେମାନେ ଏବେ କ୍ୟାନସେଲ କରୁଛନ୍ତି । ଏୟାରଲାଇନ୍ସ ମଧ୍ୟ ସପୋର୍ଟ କରୁଛନ୍ତି କ୍ୟାନସେଲ ଚାର୍ଜେସ ନାହିଁ । ଲୋକେ ଅଲଗା ଶିମଲା, ଗ୍ୟାଙ୍ଗଟକ, ମନାଲି, ଧର୍ମଶାଳା କୁନୁ ଦାର୍ଜିଲିଂ ଆଡକୁ ଯିବା ପାଇଁ ପ୍ଲାନ ମଧ୍ୟ କରୁଛନ୍ତି । ଏଇ ସିଜନ୍ ଭିତରେ କାଶ୍ମୀର ସେଲ ହେବା କଷ୍ଟକର । ଯାହା ପାଖରେ ବୁକିଂ ଅଛି କିଛି ମାତ୍ରାରେ ଯାଇପାରନ୍ତି । ଭବିଷ୍ୟତ କଥା କଣ ହେବ କହି ହେବନି । ଯେଉଁଭଳି ଲଗାତାର ତିନି ବର୍ଷ ଧରି ଏକ ପ୍ରକାର ପଜିଟିଭି ମାହୋଲ ଥିଲା, ଲୋକେ ଆଗ୍ରହ ପ୍ରକାଶ କରୁଥିଲେ, ସେଠାରେ ଏକ ପ୍ରକାର ବହୁତ ଭଲ ମାହୋଲ ଥିଲା । ଆତଙ୍କୀ ଆକ୍ରମଣ ପରେ ଏହା ବହୁତ ପଛକୁ ପଳାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+