୩ ନୂଆ ଅପରାଧିକ ଆଇନର ସଫଳ ରୂପାୟନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପିଏମ ମୋଦି
ନୂତନ ନ୍ୟାୟସଂହିତା ଭାରତୀୟ ନ୍ୟାୟଯାତ୍ରାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଚଣ୍ଡୀଗଡ଼ଠାରେ ଆଜି ତିନୋଟି ନୂତନ ଅପରାଧିକ ଆଇନ- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ସଫଳ ରୂପାୟନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିଛନ୍ତି।

ଏହି ଅବସରରେ ମୋଦୀ କହିଛନ୍ତି ଦେଶ ବିକଶିତ ଭାରତର ସଂକଳ୍ପ ନେଇ ଆଗକୁ ବଢ଼ୁଛି। ଏହାସହ ସମ୍ବିଧାନ ଗ୍ରହଣ ତଥା ପ୍ରଣୟନର ୭୫ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ନୂତନ ସଂହିତା ଲାଗୁହେବା ସକାରାତ୍ମକ ଆରମ୍ଭ। ଏହି ଆଇନଗୁଡ଼ିକର ପରିସର ବ୍ୟାପକ ରହିଛି। ଦେଶର ସାମର୍ଥ୍ୟର ଉପଯୋଗ ଦେଶର ହିତ ପାଇଁ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନା ଅନୁସାରେ ଗତ ଜୁଲାଇ ୧ ତାରିଖରେ ଦେଶବ୍ୟାପୀ ଏହି ନୂତନ ଆଇନ କାର୍ଯ୍ୟକାରୀ ହୋଇଥିଲା।












Click it and Unblock the Notifications