ପ୍ରଧାନମନ୍ତ୍ରୀଙ୍କ ଦଶହରା ଭେଟି: ୭ଟି ପ୍ରତିରକ୍ଷା କମ୍ପାନୀର ଲୋକାପର୍ଣ
ନୂଆଦିଲ୍ଲୀ: ଆଜି ବିଜୟା ଦଶମୀ ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏକ ବଡ ଉପହାର ଦେଇଛନ୍ତି। ଏକ ଗୁରୁତ୍ଵପୂର୍ଣ ନିଷ୍ପତ୍ତି କ୍ରମେ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ପାଇଁ ୭ଟି ପ୍ରତିରକ୍ଷା କମ୍ପାନୀକୁ ସାମିଲ କରାଯାଇଛି। ସୈନ୍ୟ ଶକ୍ତିରେ ଭାରତକୁ ଏକ ନମ୍ବର କରିବାରେ ଏହି କମ୍ପାନୀମାନେ ସହାୟକ ହେବ ବୋଲି ବିଜୟା ଦଶମୀ ଅବସରରେ ଦେଶକୁ ସମର୍ପିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦୀ କହିଛନ୍ତି, 'ଏହି ୭ଟି କମ୍ପାନୀ ଦେଶର ୪୧ଟି ଗୋଳାବାରୁଦ କମ୍ପାନୀଙ୍କୁ ନୂଆ ରୂପ ଦେବ। ସ୍ୱାଧୀନତା ପରେ ଏହାକୁ ଅପେଗ୍ରଡ କରାଯିବାର ଥିଲା, ଯାହା କରାଗଲାନାହିଁ। ଗତ ୭ ବର୍ଷ ହେବ ସୁରକ୍ଷା କ୍ଷେତ୍ରରେ କାମ ଆଗକୁ ବଢ଼ିଛି। ସ୍ୱାଧୀନତା ପରେ ଏହା ସବୁଠାରୁ ବଡ଼ ସଂସ୍କାର। ୧୫ରୁ ୨୦ ବର୍ଷ ହେଲା ଏହି କାମ ଝୁଲି ରହିଥିଲା। ଆଗାମୀ ଦିନରେ ଏହି ୭ଟି କମ୍ପାନୀ ଭାରତୀୟ ସୈନ୍ୟ ଶକ୍ତିର ଏକ ବଡ଼ ଆଧାର ହେବେ।
ଆତ୍ମନିର୍ଭର ଭାରତ ଅଭିଯାନରେ ଦେଶକୁ ବିଶ୍ୱର ସବୁଠାରୁ ବଡ଼ ସୈନ୍ୟଶକ୍ତି କରିବାକୁ ଲକ୍ଷ୍ୟ ରଖାଯାଇଛି। ମେକ୍ ଇନ୍ ଇଣ୍ଡିଆ ମନ୍ତ୍ରରେ ୭ ବର୍ଷ ହେବ ଏହି କାମକୁ ଆଗକୁ ନିଆଯାଉଛି।












Click it and Unblock the Notifications