କେଜ୍ରିୱାଲଙ୍କ ଉପରେ ବର୍ଷିଲେ , ଦିଲ୍ଲୀ ବାସୀଙ୍କୁ ପ୍ରତିଶ୍ରୁତି ଦେଲେ ପିଏମ୍ ମୋଦି
ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ସମସ୍ତ ଦଳର ପ୍ରଚାର ଜୋରସୋରରେ ଚାଲିଛି । ନିର୍ବାଚନ ଦିନ ଯେତେ ପାଖେଇ ଆସୁଛି ଜାତୀୟ ରାଜଧାନୀରେ ନିର୍ବାଚନୀ ପ୍ରଚାର ଉଷ୍ମତା ସେତେ ବଢ଼ି ବଢ଼ି ଚାଲିଛି । ୭୦ ବିଧାନସଭା ଆସନ ପାଇଁ ହେବାକୁ ଯାଉଥିବା ଏହି ଭୋଟରେ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ତ୍ରିମୁଖି ଲଢେଇ ଦେଖିବାକୁ ମିଳିବ । କିଏ ଜିତିବ ଦିଲ୍ଲୀର ଦିଲ୍ ? ଏହି ପ୍ରତିଯୋଗିତା ମୂଳକ ନିର୍ବାଚନରେ ରାଜନୈତିକ ଦଳଗୁଡିକ ପରସ୍ପର ବିରୋଧୀ ଆଭିମୁଖ୍ୟ ଏବଂ ତୁ ତୁ ମେଁ ମେଁ ରଣନୀତି ଆପଣାଉଛନ୍ତି ।
ଗତ ୨୭ବର୍ଷ ହେଲା ଦିଲ୍ଲୀରେ ସରକାର ଗଠନ ପାଇଁ ବିଜେପି ସଂଘର୍ଷ କରୁଛି । ୧୯୯୮ ମସିହାରୁ ଦିଲ୍ଲୀରେ ଫୁଟି ନାହିଁ ପଦ୍ମ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ନେତୃତ୍ୱରେ ଦଳ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀରେ କଂଗ୍ରେସ ସରକାର ଗଠନ ହୋଇଥିଲା । ଦେଶର ସର୍ବ ପୁରାତନ ପାର୍ଟି ଦିଲ୍ଲୀରେ ପୁଣି ରାଜନୈତିକ କ୍ଷମତା ହାତେଇବାକୁ ଉଦ୍ୟମ ଜାରି ରଖିଛି । ଦିଲ୍ଲୀରେ ସତ୍ତାରୂଢ଼ ଆମ ଆଦମୀ ପାର୍ଟି ତମାମ ବିବାଦ ଓ ଚ୍ୟାଲେଞ୍ଜ ମଧ୍ୟରେ ୨୦୧୪ ପରଠୁ ଦିଲ୍ଲୀରେ ନିଜର ମଜଭୁତ ସ୍ଥିତି ଜାହିର କରିଛି । ଲଗାତାର ତୃତୀୟ ଥର କ୍ଷମତାକୁ ଫେରିବାକୁ ଚାହିଁ ବସିଥିବା ଆପ୍ ରାସ୍ତାରେ କଣ୍ଟା ସାଜିଛନ୍ତି ମୋଦି ।

ତୃତୀୟ ଥର ଲାଗି ସରକାରକୁ ଫେରିବାକୁ ଆପ୍ କସରତ ବି କରିଛି । ହେଲେ ମଦ ଦୁର୍ନୀତିଠୁ ଆରମ୍ଭ କରି ସ୍ବାସ୍ଥ୍ୟ ଦୁର୍ନୀତିରେ ଏମିତି ଛନ୍ଦି ହୋଇଛନ୍ତି ଯେ କେଜ୍ରିୱାଲ ଲୋକମାନେ ତାଙ୍କୁ ବିଶ୍ବାସ କରିବା କଷ୍ଟକର ହୋଇ ପଡୁଛି । ଏମିତି ସ୍ଥିତିରେ ସେ ମୋଦିଙ୍କୁ ଟାର୍ଗେଟ୍ କରିବା ଲାଗି ଚେଷ୍ଟା କରୁଥିବା ବେଳେ ନିଜେ ବିଜେପିର ଟାର୍ଗେଟ୍ ହୋଇଯାଇଛନ୍ତି । ନିର୍ବାଚନ ରାଲିଲେ ଯୋଗ ଦେଇ ମୋଦି କହିଛନ୍ତି, ଆମେ ଏକ ଭାରତ ଶ୍ରେଷ୍ଠ ଭାରତ ଉପରେ ବିଶ୍ବାସ କରୁ । ଦିଲ୍ଲୀ ଏମିତି ଏକ ରାଜ୍ୟ ଯେଉଁଠାରେ ଦେଶର ପ୍ରତି ରାଜ୍ୟର ଲୋକ ରୁହନ୍ତି । ତେଣୁ ଏଠାରେ ବିକାଶ ହେବା ନିହାତି ଦରକାର । ଆପଣମାନେ ଚାହିଁଲେ ମୋର କ୍ଷମତା ବଢାଇବେ, ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ।
ମୋଦି କହିଛନ୍ତି, ମତେ ଭଲରେ ଜଣାଅଛି କି ଏଥର ଆପଣମାନେ ମନସ୍ତ କରିଛନ୍ତି ବିଜେପିକୁ ଜିତାଇବେ । କାରଣ ଏଇଠି ଯେଉଁ ସରକାର ଅଛି ସେମାନେ ୧୧ ବର୍ଷ ହେଲାଣି କିଛି କରିନାହାନ୍ତି । ଯଦି ଜନତାଙ୍କ ଲାଗି କାମ କରିଥାଆନ୍ତେ ତାହାଲେ ଆଜି ଦିଲ୍ଲୀ ବହୁ ଆଗକୁ ଯାଇସାରିଥାଆନ୍ତା । ହେଲେ ମୁଁ ଗ୍ୟାରେଣ୍ଟି ଦେଉଛି, ପ୍ରତିଟି ବ୍ୟକ୍ତିଙ୍କ ଅସୁବିଧା ସମାଧାନ କରିବି । ବିକାଶ ଲାଗି ଆମ ଦଳ କାମ କରୁଛି, କାମ କରିବ ମଧ୍ୟ । ଡବଲ ଇଞ୍ଜିନ ସରକାର ଆସିଲେ ବିକାଶ ବି ଡବଲ ହେବ ବୋଲି ମୋଦି କହିଛନ୍ତି ।












Click it and Unblock the Notifications