ଇତିହାସ ସୃଷ୍ଟି କଲେ ଓମ୍ ବିର୍ଲା: ପ୍ରଧାନମନ୍ତ୍ରୀ
PM Modi: ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ନିର୍ବାଚନ ଫଳାଫଳ ପରେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳ ନେତା ମାନେ ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ରାହୁଲ ଗାନ୍ଧିଙ୍କୁ ଏକାଠି ଓମ୍ ବିର୍ଲାଙ୍କୁ ଅଭିନନ୍ଦନ ଜଣାଉଥିବାର ଦେଖିବା ପାଇଁ
ମିଳୁଛି ।

ପ୍ରଧାନମନ୍ତ୍ରୀ ମୋଦି ଗୃହରେ ଅଭିଭାଷଣ ରଖିବା କ୍ରମରେ ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ଏହି ସମୟରେ ସେ ଓମ୍ ବିର୍ଲାଙ୍କ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ପୂର୍ବରୁ ବଳରାମ ଜାଖଡ , ଦ୍ୱିତୀୟ ଥର ଲୋକସଭା ବାଚସ୍ପତି ହୋଇଥିଲେ, ଏହା ପରେ ଓମ୍ ବିର୍ଲା ଲଗାତାର ଦ୍ୱିତୀୟ ଥର ପାଇଁ ଲୋକସଭାର ବାସ୍ପତି ହୋଇ ରେକର୍ଡ ସୃଷ୍ଟି କରିଛନ୍ତି । ସେହିପରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଓମ୍ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହା ପୂର୍ବରୁ ୩ ଥର ବାଚସ୍ପତି ନିର୍ବାଚନ ହୋଇଛି । ୧୯୫୨, ୧୯୬୭ ଏବଂ ୧୯୭୬ରେ ନିର୍ବାଚନ ହୋଇଥିଲା । ଦୀର୍ଘ ଦଶନ୍ଧି ପେର ପୁଣି ଲୋକସଭା ବାଚସ୍ପତି ନିର୍ବାଚନ ହୋଇଛି । ସେହିପରି ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।












Click it and Unblock the Notifications