US Elections 2024: ଆମେରିକାର ୪୭ତମ ରାଷ୍ଟ୍ରପତି ଟ୍ରମ୍ପ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
US Elections 2024: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜିତିଛନ୍ତ ଡୋନାଲ୍ଡ ଟ୍ରମ୍ପ । କମଳା ହ୍ୟାରିସଙ୍କୁ ହରାଇ ସେ ପୁଣି ୪ ବର୍ଷ ପରେ ରାଷ୍ଟ୍ରପତି ହୋଇଛନ୍ତି । ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟୀ ଭାଷଣରେ ଆମେରିକାବାସୀଙ୍କୁ ଥ୍ୟାଙ୍କୟୁ କହିଛନ୍ତି । ଆମେରିକାବାସୀ ମୋତେ ବିଶ୍ବାସକୁ ନେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସେ ଆହୁରି କହିଛନ୍ତି, ମୁଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆମେରିକା ପାଇଁ କାମ କରିବି ।

ସେହିପରି ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୋ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଐତିହାସିକ ନିର୍ବାଚନ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ । ମୋଦି ଆହୁରି ଲେଖିଛନ୍ତି, ତୁମେ ଯେପରି ନିଜ ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢାଉଛ ମୁଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ୍ ଏବଂ ଷ୍ଟ୍ରାଟେଜିକ୍ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଆମର ସହଯୋଗକୁ ନବୀକରଣ କରିବାକୁ ଅପେକ୍ଷା କରିଛି । ଆସନ୍ତୁ ଆମ ଲୋକଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପାଇଁ ଏକତ୍ର କାର୍ଯ୍ୟ କରିବା ।












Click it and Unblock the Notifications