ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନାମିବ୍ୟାର ସର୍ବୋଚ୍ଚ ବେସାମରିକ ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନାମିବ୍ୟାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି । ବୁଧବାର ନାମିବ୍ୟାର ସର୍ବୋଚ୍ଚ ନାଗିରକ ସମ୍ମାନ 'ଅର୍ଡର ଅଫ୍ ଦି ମୋଷ୍ଟ ଆନସିଏଣ୍ଟ ୱେଲୱିଟସଚିଆ ମିରାବିଲିସ୍' ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ରେ ଦାୟିତ୍ୱ ଗ୍ରହଣ କରିବାଠୁ ଏହା ତାଙ୍କୁ ବିଦେଶୀ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୨୭ତମ ଅନ୍ତର୍ଜାତୀୟ ସମ୍ମାନ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ନନ୍ଦି-ନଦୈତୱା ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏଥିରେ ଦୁଇ ଦେଶ ଶକ୍ତି ଏବଂ ସ୍ୱାସ୍ଥ୍ୟସେବା ସମେତ ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଚାରୋଟି ଚୁକ୍ତି ସ୍ୱାକ୍ଷର କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦrଙ୍କୁ ବୁଧବାର ନାମବ୍ୟାର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ୍ ଦି ମୋଷ୍ଟ ଆନସିଏଣ୍ଟ ୱେଲୱିଟସଚିଆ ମିରାବିଲିସ୍' ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପାଞ୍ଚ-ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ନାମିବ୍ୟାରେ ଅଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନାମିବ୍ୟା ଏବଂ ଭାରତର ତୃତୀୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ।

pmmmodi

ନାମିବ୍ୟାର ରାଷ୍ଟ୍ରପତି ନେତୁମ୍ବୋ ନନ୍ଦୀ-ନଦୈତୱାହ କହିଛନ୍ତି, 'ନାମିବ୍ୟା ସମ୍ବିଧାନ ଦ୍ୱାରା ମୋତେ ଦିଆଯାଇଥିବା କ୍ଷମତା ଅନୁଯାୟୀ, ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋତ୍ତମ ପ୍ରାଚୀନ ୱେଲୱିଟସଚିଆ ମିରାବିଲିସ୍ ଅର୍ଡର ପ୍ରଦାନ କରି ସମ୍ମାନିତ । ପ୍ରଧାନମନ୍ତ୍ରୀ ମୋଦୀ ନାମିବ୍ୟା ଏବଂ ବିଶ୍ୱ ସ୍ତରରେ ସାମାଜିକ-ଆର୍ଥିକ ବିକାଶ ଏବଂ ଶାନ୍ତି ଏବଂ ନ୍ୟାୟର ପ୍ରୋତ୍ସାହନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+