Get Updates
Get notified of breaking news, exclusive insights, and must-see stories!

ଅଭିନେତା ଥାଲାପ‌ତି ବିଜୟଙ୍କ ରାଲିରେ ଦଳାଚକଟା ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ବିଜୟଙ୍କ ରାଲିରେ ଦଳାଚକଟା ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ପରେ ସାରା ଦେଶ ସ୍ତବ୍ଧ ହୋଇଛି । ରାଜନୈତିକ ରାଲିରେ ଏପରି ଅଘଟଣରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି । ରାଜନେତା ଠାରୁ ସିନେ ଅଭିନେତା ଘଟଣାରେ ମର୍ମାହତ ଥିବା ପ୍ରକାଶ କରିଛନ୍ତି । ତେବେ ତାମିଲନାଡୁର କରୁର ଟ୍ରାଜେଡିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଜନୈତିକ ରାଲିରେ ଏମିତି ଘଟଣା ଅତ୍ୟନ୍ତ ଦୁଃଖଦ। ମୋର ସମବେଦନା ସେହି ପରିବାର ସହିତ ଅଛି ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି। ଏହି କଷ୍ଟକର ସମୟରେ ସେମାନଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ଏତିକି କାମନା କରୁଛି। ଆହତଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ବୋଲି ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି ।

pm modi

ସେପଟେ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ତାମିଲନାଡ଼ୁ ରାଜ୍ୟପାଳ, ଜେ.ପି ନଡ୍ଡା ଏବଂ ଅଭିନେତା କମଲ ହାସନ । ତେବେ ବିଜୟଙ୍କ ରାଲିରେ ଦଳଚକଟା ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଇତିମଧ୍ୟରେ ମିଳିଥିବା ଖବର ଅନୁସାରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରବଳ ଭିଡ଼ରୁ ଦଳଚକଟା ଘଟଣାରେ ୩୧ ଜଣଙ୍କ ଜୀବନ ଯାଇଛି । ଅଭିନେତାରୁ ନେତା ସାଜିଥିବା ବିଜୟ ଥାଲାପତିଙ୍କୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିବା ବେଳେ ବିଜୟ ଭାଷଣ ଦେବା ବେଳେ ଭୟଙ୍କର ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିଲା ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି ।

ସେହିପରି ଦଳଚକଟା ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି- କରୁରରୁ ଆସିଥିବା ଖବର ଚିନ୍ତାଜନକ । ଭିଡ଼ ଯୋଗୁଁ ଅଚେତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାଧାରଣ ନାଗରିକମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଁ ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ଫୋନ୍ କରିଛି। ପରିସ୍ଥିତିକୁ ଯଥାଶୀଘ୍ର ସୁଧାରିବା ପାଇଁ ପଦକ୍ଷେପ ନେବାକୁ ମୁଁ ସେଠାକାର ADGPଙ୍କ ସହ ମଧ୍ୟ କଥା ହୋଇଛି। ମୁଁ ଲୋକଙ୍କୁ ଡାକ୍ତର ଏବଂ ପୋଲିସ ସହିତ ସହଯୋଗ କରିବାକୁ ଅନୁରୋଧ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+