୧୬ତମ ବ୍ରିକ୍ସ ସମ୍ମିଳନୀରେ ପହଞ୍ଚିଲେ ମୋଦୀ-ଜିନ୍ପିଙ୍ଗ୍
ନୂଆଦିଲ୍ଲୀ : ଋଷର କଜାନରେ ହେଉଥିବା ୧୬ତମ ବ୍ରିକ୍ସ ସମ୍ମିଳନୀ ଉପରେ ସମସ୍ତଙ୍କର ନଜର ରହିଛି। ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ। କାଜାନ ସହରର ଶିଖର ସମ୍ମିଳନୀରେ ଦୁଇ ନେତା ପହଞ୍ଚି ସାରିଛନ୍ତି। ପାଞ୍ଚ ବର୍ଷ ମଧ୍ୟରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ। ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) କୂଳରେ ବିବାଦୀୟ ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିବା ପାଇଁ ଚୀନ୍ ସହ ଏକ ଚୁକ୍ତି ହେବା ପରେ ଚାରି ବର୍ଷର ସାମରିକ ବିବାଦର ଅନ୍ତ ଘଟିପାରେ ବୋଲି ଅନୁମାନ କରାଯାଉଛି।

ସୂଚନାଥାଉକି, ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବାକୁ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ମୋଦୀଙ୍କ ସ୍ବାଗତ ଅତ୍ୟନ୍ତ ଭବ୍ୟ ସମାରୋହ ଏବଂ ସ୍ବତନ୍ତ୍ର ଆତିଥ୍ୟତାର ସହିତ କରାଯାଇଥିଲା। ଏହା ପରେ ପୁଟିନ୍ ଓ ପିଏମ୍ ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ମୋଦୀ କହିଛନ୍ତି ଗତ ଦୁଇ ମାସ ଭିତରେ ଦୁଇଥର ଋଷ ଗସ୍ତ କରିବା ଉଭୟ ଦେଶର ବନ୍ଧୁତାର ପ୍ରମାଣ ଅଟେ।












Click it and Unblock the Notifications