ହେବ କି ବଡ଼ ଆକ୍ସନ ? ମୋଦିଙ୍କ ସହ ବୈଠକରେ ଯୋଗଦେଲେ CDS
'ଅପରେସନ୍ ସିନ୍ଦୂର' ପରେ ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ଚରମ ସ୍ଥିତିରେ ରହିଛି। ଦୁଇ ଦେଶ ଭିତରେ ଅଘୋଷିତ ଯୁଦ୍ଧ ସ୍ଥିତି। ଏହାପରେ ଏବେ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି। ବାଡମେର ଓ ଯୋଧପୁରରେ ହାଇ ରେଡ ଆଲର୍ଟ ଜାରି କରାଯାଇଛି। ଏହା ସହ ଲୋକଙ୍କୁ କେଉଁଠିକୁ ଯାତ୍ରା ନକରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି।ପାକିସ୍ତାନ ତାର ସମସ୍ତ ପ୍ରୟାସ ବିଫଳ ହେଉଥିବା ଦେଖି ହତାଶ ହୋଇଯାଇଛି ।
ଆମେରିକା ମଧ୍ୟ ପାକିସ୍ତାନକୁ ଉତ୍ତେଜନା ବନ୍ଦ କରିବାକୁ ଫୋନ କରିଥିଲା । ପାକିସ୍ତାନ ପରମାଣୁ ବୋମା ବ୍ୟବହାର ଉପରେ ନିଷ୍ପତ୍ତି ନେଉଥିବା କମିଟିର ବୈଠକକୁ ସ୍ଥଗିତ ରଖିଥିଲା । କେବଳ ସେତିକି ନୁହେଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ମଧ୍ୟ କହିଛନ୍ତି ଯେ ଯଦି ଭାରତ ଆଉ ଆକ୍ରମଣ ନ କରେ, ତେବେ ତାଙ୍କ ଦେଶ କମ କରିବା ବିଷୟରେ ବିଚାର କରିବାକୁ ପ୍ରସ୍ତୁତ ରହିଛି ।
ତେବେ ଆଜି ପ୍ରେସ ବ୍ରିଫିଂରେ, ଭାରତୀୟ ସେନା ପକ୍ଷରୁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଥିଲା । ଭାରତ ପାକିସ୍ତାନର ଆକ୍ରମଣର ଏକ ସୁଚିନ୍ତିତ ଜବାବ ଦେଇଛି । ରାଡାର ସ୍ଥାନ ଏବଂ ଅସ୍ତ୍ରଶସ୍ତ୍ର ଡିପୋଗୁଡ଼ିକୁ ଚୟନ ଏବଂ ଚିହ୍ନିତ କରାଯାଇଥିଲା । ଏୟାର ଲଞ୍ଚ ଏବଂ ଯୁଦ୍ଧ ବିମାନ ରାଫିକି, ମୁରିଦ, ଚକଲାଲା, ରେହମିଆର ଖାନ, ଶୁକୁର, ଚୁନିଆରେ ପାକିସ୍ତାନୀ ସାମରିକ ବେସକୁ ଆକ୍ରମଣ କରିଛି । ତେବେ ଉତ୍ତେଜନା ଭିତରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକରେ ଯୋଗ ଦେଇଛନ୍ତି CDS ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଏବଂ ଭାରତୀୟ ସଶସ୍ତ୍ର ବାହିନୀର ମୁଖ୍ୟମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଛି ।












Click it and Unblock the Notifications