ତ୍ରିରଙ୍ଗାମୟ ହେଲା ପିଏମଙ୍କ ବାସଭବନ
ଆଜି ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ମଧ୍ୟ ତ୍ରିରଙ୍ଗାମୟ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିବା କୁନି କୁନି ପିଲାଙ୍କୁ ତ୍ରିରଙ୍ଗା ବାଣ୍ଟିଛନ୍ତି ପିଏମ ମୋଦି ।
ନୂଆଦିଲ୍ଲୀ: ଆଉ ମାତ୍ର ତିନି ଦିନ ପରେ ଦେଶ ପାଳିବ 75ତମ ସ୍ବାଧୀନତା ଦିବସ । ଏଥିପାଇଁ ସାରା ଦେଶରେ ଆଜାଦୀ କି ଅମୃତ ମହୋତ୍ସବ ପାଳନ ଜାରିରହିଛି । 'ହର ଘର ତ୍ରିରଙ୍ଗା' କ୍ୟାମ୍ପେନ ସାହାଯ୍ୟରେ ଦେଶବାଶୀଙ୍କୁ ସ୍ବାଧୀନତାର ମହତ୍ତ୍ବ ନେଇ ବାର୍ତ୍ତା ଦିଆଯାଉଛି । ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ସ୍ବାଧୀନତା ଦିବସ ପାଳନ କରାଯିବ । ଦେଶବାସୀଙ୍କ ମଧ୍ୟରେ ଜାତୀୟତା ଭରିରହିଥିବା ଦେଖାଯାଇଛି ।

ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ଜାରି ରହିଛି । ଆଜି ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ମଧ୍ୟ ତ୍ରିରଙ୍ଗାମୟ ହୋଇଛି । ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିବା କୁନି କୁନି ପିଲାଙ୍କୁ ତ୍ରିରଙ୍ଗା ବାଣ୍ଟିଛନ୍ତି ପିଏମ ମୋଦି । କେବଳ ଏତିକି ନୁହେଁ ପିଲାଙ୍କୁ ତ୍ରିରଙ୍ଗା ଓ ସ୍ବାଧୀନତା ସମ୍ପର୍କରେ ସୂଚନା ଦେବା ସହ ଦେଶ 75ତମ ସ୍ବାଧୀନତା ଦିବସ ପାଳନ ହେବାକୁ ଯାଉଛି ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଆଜିର ଦିନଟି ଅତି ସ୍ବତନ୍ତ୍ରଭାବେ ପାଳନ କରିଥିବା ନେଇ ପିଏମ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି । ଏଥିସହ ଟ୍ବିଟ ମାଧ୍ୟମରେ ଆଜି ସକାଳେ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଥିଲେ । କୁନି କୁନି ପିଲାଙ୍କ ସହିତ ରାକ୍ଷୀ ପୂର୍ଣ୍ଣିମା ପାଳନ କରି ଖୁବ ଖୁସି ରହିଛନ୍ତି ପିଏମ ମୋଦି।












Click it and Unblock the Notifications