ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରନ୍ତୁ : ପିଏମ ମୋଦୀ

ନୂଆଦିଲ୍ଲୀ: ସ୍ୱଚ୍ଛତା ପ୍ରତି ପ୍ରତିଶ୍ରୁତିବଦ୍ଧ ହୋଇ ତାହାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱଚ୍ଛ ଭାରତ ଦିବସ-୨୦୨୪ ସମାରୋହରେ ଯୋଗଦେଇ ସେ ଏହା କହିଛନ୍ତି ।

ସ୍ୱଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତି ଅବସରରେ ଆୟୋଜିତ 'ସ୍ୱଚ୍ଛତା ହିଁ ସେବା ୨୦୨୪' କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି, ସ୍ୱଚ୍ଛ ଭାରତ ହାସଲ ପାଇଁ ନିରନ୍ତର ପ୍ରୟାସ ଜରୁରୀ । ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ ୧୪୦ କୋଟି ଭାରତୀୟଙ୍କ ଦୃଢ଼ ମନୋବଳକୁ ସେ ପ୍ରଶଂସା କରିବା ସହ ସ୍ୱଚ୍ଛ ଭାରତ ଅଭିଯାନର ସଫଳତାରେ ସମସ୍ତଙ୍କ ଅବଦାନ ରହିଛି ବୋଲି ସେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅଭିଯାନରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟ ପ୍ରତିନିଧ ମାନେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସେବା ପଖୱାଡାର ୧୫ ଦିନ ମଧ୍ୟରେ ଦେଶରେ ୨୭ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ୨୮ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧୀ ଏବଂ ଦେଶର ଅନ୍ୟ ମହାନ ବ୍ୟକ୍ତିତ୍ୱଙ୍କ ଦ୍ୱାରା ପରିକଳ୍ପିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ଦିବସ ଆମକୁ ପ୍ରେରଣା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନର ସଫଳତାରେ ସମସ୍ତ ଦେଶବାସୀ, ସ୍ୱଚ୍ଛତା କର୍ମୀ, ଧାର୍ମିକ ନେତା, କ୍ରୀଡ଼ାବିତ୍‌, ସେଲିବ୍ରିଟି, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଗଣମାଧମର ଅବଦାନକୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।

ଆଜି ୧୦ ହଜାର କୋଟି ଟଙ୍କାର ସ୍ୱଚ୍ଛତା ପ୍ରକଳ୍ପର ଉଦଘାଟନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅମୃତ ମିଶନ ଅଧୀନରେ ବିଭିନ୍ନ ସହରରେ ଜଳ ଓ ସ୍ୱେରେଳ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ବର୍ଜ୍ୟବସ୍ତୁରୁ ବାୟୋଗ୍ୟାସ୍ ଉତ୍ପାଦନ ପାଇଁ 'ନମାମି ଗଙ୍ଗେ' ଏବଂ 'ଗୋବଦ୍ଧନ' କାରଖାନା ସମ୍ବନ୍ଧୀୟ ପଦକ୍ଷେପ ସ୍ୱଚ୍ଛ ଭାରତ ମିଶନକୁ ନୂତନ ଉଚ୍ଚତାରେ ପହଞ୍ଚାଇବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

pm modi

ଆଜିଠାରୁ ହଜାରେ ବର୍ଷ ପରେ ମଧ୍ୟ ଯେତେବେଳେ ଏକବିଂଶ ଶତାବ୍ଦୀର ଭାରତକୁ ଅଧୟନ କରାଯିବ, ସ୍ୱଚ୍ଛ ଭାରତ ଅଭିଯାନ ନିଶ୍ଚିତ ଭାବରେ ସ୍ମରଣୀୟ ହେବ ବୋଲି ସେ କହିଛନ୍ତି। ସ୍ୱଚ୍ଛ ଭାରତ ମିଶନ ହେଉଛି ଚଳିତ ଶତାବ୍ଦୀର ବିଶ୍ୱର ସର୍ବବୃହତ୍ ଏବଂ ସଫଳ ଜନଭାଗିଦାରୀ, ଜନନେତୃତ୍ୱାଧୀନ' ଜନ ଆନ୍ଦୋଳନ ବୋଲି ମୋଦୀ ଗୁରୁତ୍ୱାରୋପ କରିଥିଲେ ।

୧୦ ବର୍ଷ ତଳେ ୬୦ ପ୍ରତିଶତରୁ ଅଧିକ ଲୋକ ଖୋଲାରେ ମଳତ୍ୟାଗ କରିବାକୁ ବାଧ୍ୟ ହେଉଥିଲେ ଏବଂ ଏହା ମାନବିକ ମର୍ଯ୍ୟାଦା ବିରୋଧୀ ଥୁଲା ବୋଲି କହିଥିଲେ । ବିଶେଷ କରି ଦଳିତ, ପଛୁଆ ବର୍ଗ ଓ ଆଦିବାସୀ ସମ୍ପ୍ରଦାୟ ପାଇଁ ଏହା ଅପମାନ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଏହା ମହିଳାମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା ।

ବିଦ୍ୟାଳୟରେ ପୃଥକ ଶୌଚାଳୟ ନିର୍ମାଣ ଯୋଗୁଁ ଲକ୍ଷ ଲକ୍ଷ ସ୍କୁଲରେ ଝିଅଙ୍କ ଡ୍ରପଆଇଟ୍ ହାର ହ୍ରାସ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୟୁନିସେଫର ଏକ ଅଧୟନକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତାର ଉନ୍ନତି ଯୋଗୁଁ ଗ୍ରାମୀଣ ପରିବାର ପ୍ରତିବର୍ଷ ହାରାହାରି ୫୦ ହଜାର ଟଙ୍କା ସଞ୍ଚୟ କରୁଛନ୍ତି ।

ପୂର୍ବରୁ ବାରମ୍ବାର ଅସୁସ୍ଥତା କାରଣରୁ ଏହି ଅର୍ଥ ଚିକିତ୍ସାରେ ଖର୍ଚ୍ଚ ହେଉଥୁଲା କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଲୋକମାନେ କାମକୁ ଯାଇ ପାରୁ ନ ଥିବାରୁ ରୋଜଗାର ହାନି ହେଉଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ପରିମଳ ଓ ସ୍ୱଚ୍ଛତା ସହ ଜଡ଼ିତ ୯ ହଜାର ୬୦୦ କୋଟି ରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର ପାଟିଲ, କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ, ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ ଚୌଧୁରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ, ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ସଚିବମାନେ ଉପସ୍ଥିତ ଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+