ୱାୟନାଡ ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କେରଳରେ ପହଞ୍ଚିଛନ୍ତି। ପିଏମ ସକାଳ ୧୧ଟା ୨୦ରେ କନ୍ନୁର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ରାଜ୍ୟପାଳ ଆରିକ ମହମ୍ମଦ ଖାନ ଏବଂ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତାଙ୍କୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେରଳରେ ପହଞ୍ଚି ଆକାଶମାର୍ଗରୁ ୱାୟନାଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ଚିତ୍ର ଦେଖିଛନ୍ତି।
ଏପରିକି ପ୍ରଧାନମନ୍ତ୍ରୀ ମୋଦି ଭୂସ୍ଖଳନର ଉତ୍ପତିସ୍ଥଳ ଦେଖିବା ସହ ୱାୟନାଡର ସ୍ଥିତି ପରଖିଛନ୍ତି। ଯେଉଁ ଇରୁଭାଝିଞ୍ଜି ପୂଝା ନଦୀରେ ଅଧିକ ପାଣି ଆସିବାରୁ ଭୂସ୍ଖଳନ ହୋଇଥିଲା। ଏହି ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ କେରଳର ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏହାସହିତ ୨ହଜାର କୋଟି ଟଙ୍କାର ସହାୟତା ମାଗିଛନ୍ତି ମୁଖ୍ୟମନ୍ତ୍ରୀ।

ମୋଦୀଙ୍କ ସମୀକ୍ଷା ପରେ ପୀଡିତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। ୩୦ଜୁଲାଇରେ କେରଳରେ ପ୍ରବଳ ବର୍ଷା ଯୋଗୁ ୱାୟନାଡ ଜିଲାରେ ଭୂସ୍ଖଳନ ଘଟିଥିଲା। ଏଯାଏଁ ଏହି ଅଘଟଣରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଏବେବି ନିଖୋଜ ଅଛନ୍ତି।












Click it and Unblock the Notifications