ଦେଶବ୍ୟାପୀ ପାଳିତ ହେଉଛି 'ସ୍ୱଚ୍ଛତା ହିଁ ସେବା' ଅଭିଯାନ
ନୂଆଦିଲ୍ଲୀ: ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟେ ତାରିଖ, ଗୋଟେ ଘଣ୍ଟା, ମିଳିତ ଅଭିଯାନ ଆରମ୍ଭ କରିଛନ୍ତି । ଯାହା ଦ୍ୱାରା କି ରବିବାର ଦିନ ସ୍ୱଚ୍ଛତା ପାଇଁ ଏକ ଘଣ୍ଟା ଦାନ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।
'ମନ କି ବାତର' 105 ତମ ଏପିସୋଡରେ , ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର 1 ରେ ସକାଳ 10 ଟା ସମୟରେ ଏକ ଘଣ୍ଟା ପାଇଁ ସ୍ୱଚ୍ଛଦା ଅଭିଯାନରେ ସାମିଲେ ହେବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ଏହା ମହାତ୍ମା ଗାନ୍ଧିଙ୍କ ପାଇଁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡାକରା ପରେ ଆଜି ସାରା ଦେଶରେ ସ୍ୱଚ୍ଛତା ଦିବସ ପାଳନ କରାଯାଉଛି। ସମଗ୍ର ଦେଶରେ 8 ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ଯେଉଁଥିରେ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାମାଜିକ ସଂଗଠନ ଏବଂ ଚଳଚ୍ଚିତ୍ର ତାରକାଙ୍କ ସହ ସମସ୍ତେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସ୍ୱଚ୍ଛତା ହିଁ ସେବା, ସମସ୍ତେ ଏକାଠି ହୋଇ ଏହି ମିଶନକୁ ପୂରଣ କରନ୍ତୁ ।
ଆଜିର କାର୍ଯ୍ୟକ୍ରମରେ ବହୁ କେନ୍ଦ୍ର ମନ୍ତ୍ରୀ, ସାଂସଦ, ମୁଖ୍ୟମନ୍ତ୍ରୀ ଏବଂ ବହୁ ବିଜେପି ନେତା ଅଂଶଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି 2014 ରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ମଧ୍ୟ ବାରାଣାସୀରେ ଘାଟ ସଫା କରୁଥିବାର ଦେଖିବାକୁ ମିଳିଥିଲା।
ସରକାରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ପରିବାରକୁ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରିଥିଲେ । ବାରାଣାସୀରେ ଘାଟ ସଫା କରିବା ପାଇଁ ମୋଦି ଏକ ଅଭିଯାନ ଆରମ୍ଭ କରିଥିଲେ। ନଗର ଉନ୍ନୟନ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି ଯେ, ଏହି ଅଭିଯାନର ବିଶେଷତ୍ୱ ହେଉଛି ଦେଶର ବିଭିନ୍ନ ସ୍ଥାନରୁ ଅନେକ ସେଲିବ୍ରିଟି ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଛନ୍ତି । ଆଜି 8 ଲକ୍ଷ 10 ହଜାର ସ୍ଥାନରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।












Click it and Unblock the Notifications