ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାରମରଙ୍କୁ ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
PM Modi: ବ୍ରିଟିଶ ସାଧାରଣ ନିର୍ବାଚନରେ ଲେବର ପାର୍ଟିର କେର ଷ୍ଟାରମର ଶୁକ୍ରବାର (ଜୁଲାଇ 5) ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଯାହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ କଥା ହୋଇ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ଏକ୍ସରେ ଏକ ପୋଷ୍ଟ ସେୟାର କରି ପିଏମ ମୋଦି ସୂଚନା ଦେଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମୋଦି ଲେଖିଛନ୍ତି, ଆମେ ଭାରତ ଏବଂ ବ୍ରିଟେନ ମଧ୍ୟରେ ରଣନୈତିକ ଭାଗିଦାରୀ ତଥା ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବାକୁ ପ୍ରତିଶ୍ରୁତିବଦ୍ଧ।
Pleased to speak with @Keir_Starmer. Congratulated him on being elected as the Prime Minister of the UK. We remain committed to deepening Comprehensive Strategic Partnership and robust 🇮🇳-🇬🇧 economic ties for the progress and prosperity of our peoples and global good.
— Narendra Modi (@narendramodi) July 6, 2024
ପ୍ରଧାନମନ୍ତ୍ରୀ ମୋଦି ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କେର ଷ୍ଟାରମରଙ୍କୁ ଶୀଘ୍ର ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି। ସେହିପରି ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ବ୍ରିଟେନର ସାମାଜିକ, ଅର୍ଥନୈତୀକ ଏବଂ ରାଜନୈତୀକ ବିକାଶରେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ଅବଦାନକୁ ପ୍ରଶଂସା କରିଥିଲେ।












Click it and Unblock the Notifications