ଭାରତ ସରକାରଙ୍କୁ ପ୍ରଶଂସା କଲେ ବିଲ୍ ଗେଟ୍ସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ବୈଠକରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଠାରୁ ଆରମ୍ଭ କରି ଡିଜିଟାଲ୍ ପେମେଣ୍ଟ ପର୍ଯ୍ୟନ୍ତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଆଲୋଚନା ସମୟରେ ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ସରକାରଙ୍କ ଲକ୍ଷ୍ମୀ ଦିଦି ଯୋଜନାରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଲ୍ ଗେଟ୍ସଙ୍କୁ ସୂଚନା ଦେଇଥିଲେ। ଏହି ସମୟରେ ଗେଟ୍ସ ଭାରତର ଡିଜିଟାଲ ପ୍ଲାଟଫର୍ମର ଯେପରି ବିକାଶ ହୋଇଛି ସେଥି ପାଇଁ ସରକାରଙ୍କୁ ପ୍ରଶଂସା କରିବା ସହ ଏହି ବିପ୍ଳବ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡୋନେସିଆରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସାରା ବିଶ୍ୱର ପ୍ରତିନିଧିମାନେ ଦେଶରେ ଡିଜିଟାଲ ବିପ୍ଳବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ମୁଁ ସେତେବେଳେ କହିଥିଲି ଯେ,ଆମେ
ଟେକ୍ନୋଲୋଜିକୁ ବିମୁଦ୍ରୀକରଣ କରିଛୁ, ଯାହାଫଳରେ କାହାର ଏକଚାଟିଆ ନ ଥିବ। ଏହା ଲୋକମାନଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି, ସେ ୨ ଲକ୍ଷ ଆରୋଗ୍ୟ ମନ୍ଦିର ନିର୍ମାଣକରିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ଏବଂ ଡାକ୍ତରଖାନାଗୁଡ଼ିକୁ ଟେକ୍ନୋଲୋଜି ସହିତ ଯୋଡ଼ିଛନ୍ତି। ୩ ଲକ୍ଷ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ମଧ୍ୟ ଆମର ଲକ୍ଷ୍ୟ ବୋଲି ସେ ବିଲ୍ ଗେଟ୍ସଙ୍କୁ କହିଛନ୍ତି।












Click it and Unblock the Notifications