ମୋ ହୃଦୟ ପୀଡା ଓ କ୍ରୋଧରେ ଜର୍ଜରିତ ହେଉଛି, କୌଣସି ଦୋଷୀଙ୍କୁ ଛଡାଯିବନି; ମଣିପୁର ଲଜ୍ଜାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
PM Modi On Manipur: ମଣିପୁର ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା ଘଟିଛି, ତାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବେନି । ଯାହା ଘଟିଛି, ସମଗ୍ର ଘଟଣାରେ ୧୪୦ କୋଟି ଭାରତୀୟଙ୍କ ଇଜ୍ଜତ ଯାଇଛି।
ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଯାହା ଘଟିଲା ମୋତେ ଗଭୀର ଆଘାତ ଦେଇଛି । କୌଣସି ବି ଅଭିଯୁକ୍ତଙ୍କୁ ଛଡ଼ାଯିବନି । ମଣିପୁର ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ମାଆ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରିବୁ । ସବୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଇନଶୃଙ୍ଖଳା ମଜଭୁତ କରନ୍ତୁ । ରାଜନୀତିରୁ ଊର୍ଦ୍ଧ୍ବରେ ରହି ନାରୀଙ୍କ ସମ୍ମାନ ପ୍ରତି ଗୁରୁତ୍ବ ଦିଅନ୍ତୁ ।

ସୂଚନାଥାଉ କି, ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ କରାଯାଇଛି । ଘଟଣାର ଦୁଇ ମାସ ପରେ ଅଭିଯୁକ୍ତ ଖୁୟରୁମ୍ ହେରାଦାସଙ୍କୁ ଗିରଫ କରିଛି ପୋଲିସ । ଭିଡିଓ ଭାଇରାଲ ପରେ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ନିୟମ ପାଳନ କରିବାକୁ କୁହାଯାଇଛି ।
ମଣିପୁର ପୋଲିସ ଘଟଣାକୁ ଗୁରୁତର ସହ ନେଇଛି । ଗଣଦୁଷ୍କର୍ମ, ଅପହରଣ ଓ ହତ୍ୟା ମାମଲା ରୁଜୁ କରି ମଣିପୁର ପୋଲିସ ଛାନଭିନ୍ କରୁଛି । ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ମାମାଲାର ପ୍ରାଥମିକତା ଭିତ୍ତିରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଘଟଣା ସମ୍ପର୍କରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ସେପଟେ ମଣିପୁର ଭିଡିଓ ଭାଇରାଲକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ବିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହି ଭିଡିଓ ଭାଇରାଲ ହେବା ଦ୍ବାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିଲା । ମଣିପୁରରେ ସଂରକ୍ଷଣକୁ ନେଇ ଦୁଇ ସମ୍ପ୍ରଦାୟ କୁକି ଓ ମାଇତି ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା । ଏଥିଯୋଗୁଁ ବ୍ୟାପକ ହିଂସା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।












Click it and Unblock the Notifications