ଭେଙ୍କେୟା ନାଇଡୁଙ୍କୁ ପିଏମ ମୋଦିଙ୍କ ପ୍ରଶଂସା

ଶିକ୍ଷଣୀୟ ଶବ୍ଦ ସଂଯୋଜନା ଓ ବାକ୍‌ ସଂଯମତା ଉପରେ ସଦା ନିୟନ୍ତ୍ରଣ ପାଇଁ ଭେଙ୍କେୟା ସର୍ବଦା ଜଣେ ଅନନ୍ୟ ବକ୍ତା । ଅଳ୍ପରେ ଅନେକ ସେ । ବେଶୀ କହିବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଅଳ୍ପରେ ଅନେକ କହିଥାନ୍ତି ।

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ବିଦାୟ ନେବେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଚଳିତ ମାସ 10 ତାରିଖରେ ଶେଷ ହେବ ତାଙ୍କର କାର୍ଯ୍ୟକାଳ । ଏହି ଅବସରରେ ସଂସଦରେ ତାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳର ନେତା ଓ ସାଂସଦ ତାଙ୍କ ସହ ଗୃହରେ ବିତାଇଥିବା ସ୍ମୃତି ବାଣ୍ଟିଛନ୍ତି । ଶିକ୍ଷଣୀୟ ଶବ୍ଦ ସଂଯୋଜନା ଓ ବାକ୍‌ ସଂଯମତା ଉପରେ ସଦା ନିୟନ୍ତ୍ରଣ ପାଇଁ ଭେଙ୍କେୟା ସର୍ବଦା ଜଣେ ଅନନ୍ୟ ବକ୍ତା । ଅଳ୍ପରେ ଅନେକ ସେ । ବେଶୀ କହିବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଅଳ୍ପରେ ଅନେକ କହିଥାନ୍ତି । ତାଙ୍କର ୱାନ ଲାଇନର ପାଇଁ ସର୍ବଦା ସମସ୍ତଙ୍କ ହୃଦୟ ଜିତିନିଅନ୍ତି ବୋଲି କହି ଉପରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

farewell of vice president

ଭେଙ୍କୟାଙ୍କ ଉଦ୍ଦେଶ୍ୟରେ ପିଏମ ମୋଦି କହିଛନ୍ତି, ''ଭେଙ୍କେୟା ନାଇଡୁଙ୍କ ସହ ଅନେକ ବର୍ଷ ଧରି କାର୍ଯ୍ୟ କରିଛି । ସେ ଅନେକ ଗୁରୁ ଦାୟିତ୍ବ ନେଇଛନ୍ତି ଏବଂ ଉତ୍ସର୍ଗୀକୃତ ଭାବେ ତାକୁ ତୁଲାଇଛନ୍ତି ।'' ଭାଷା ପ୍ରତି ତାଙ୍କ ଭଲ ପାଇବା ପ୍ରଶଂସନୀୟ । ତାଙ୍କ ସହିତ କାମ କରିବା ମୋର ସୌଭାଗ୍ୟ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଆମର ଉପରାଷ୍ଟ୍ରପତି ଭାବେ ଯୁବଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଯୁବଶକ୍ତି ପାଇଁ ଅନେକ କାର୍ଯ୍ୟକ୍ରମ ଦିଗରେ ଗୁରୁତ୍ବ ଦେଇଛନ୍ତି । ଦଳର ମୁଖ୍ୟ ଭାବେ ତୁମର ନେତୃତ୍ବ ଓ କ୍ୟାବିନେଟରେ ତୁମର କଠିନ ପରିଶ୍ରମ ସର୍ବଦା ମନେ ରହିବ ।"

ବିଜେଡି ସାଂସଦ ମଧ୍ୟ ସ୍ମୃତି ବାଣ୍ଟିଥିଲେ । ସସ୍ମିତ ପାତ୍ର ଉପରାଷ୍ଟ୍ରପତିଙ୍କ ଭାଷା ପ୍ରତି ଥିବା ଭଲ ପାଇବା ବିଷୟରେ କହିଥିଲେ । ଗୃହରେ ଭେଙ୍କେୟା ନାଇଡୁ ଓଡିଆରେ ''ଉତ୍ତମ କହୁଛ'' ବୋଲି କହିଥିଲେ। ସେକଥାକୁ ମନେ ପକାଇଥିଲେ ସସ୍ମିତ । ଏହା ସହ ''ଉତ୍ତମ କହୁଛ'' ଏକ ଲେଖାର ପ୍ରଣାଣ ରଖିଥିବା କହିଥିଲେ ସସ୍ମିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+