ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ସମାରୋହରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
Anant Radhika Wedding: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଶୁକ୍ରବାର ଅର୍ଥାତ୍ ଜୁଲାଇ ୧୨ ତାରିଖରେ ବିବାହ କରିବା ପାଇଁ ଯାଉଛନ୍ତି । ତେବେ ସୂଚନା ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅମ୍ବାନୀ ପରିବାରର ବିବାହ ସମାରୋହରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ଭାବ୍ୟ ଗସ୍ତ ଯୋଗୁଁ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଟ୍ରାଇଡେଣ୍ଟ ହୋଟେଲ ଚାରିପାଖରେ ଥିବା ଅଟ୍ଟାଳିକାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଉଥିବା ନେଇ ସୂଚନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଜୁଲାଇରେ ମୁମ୍ବାଇ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ମୁମ୍ବାଇରେ ଅନେକ ବିକାଶମୂଳକ କାର୍ଯ୍ୟ ଶୁଭାରମ୍ଭ କରିବେ। ପିଏମ ମୋଦି ବୋରିଭାଲୀ-ଥାନେ ଲିଙ୍କ ରୋଡ ଏବଂ ଗୋରେଗାଓଁ-ମୁଲୁଣ୍ଡ ଲିଙ୍କ ରୋଡର ଭୁମି ପୂଜନ ପ୍ରଦର୍ଶନ କରିବେ। ଉଭୟ ପ୍ରକଳ୍ପର ମୂଲ୍ୟ 14 ହଜାର କୋଟିରୁ ଅଧିକ ।
ପିଏମ ମୋଦି ଦକ୍ଷିଣ ମୁମ୍ବାଇର କମଳା ଗେଟ୍ ଠାରୁ ଗ୍ରାଣ୍ଟ ରୋଡ୍ ପର୍ଯ୍ୟନ୍ତ ଉଚ୍ଚ ରାସ୍ତାର ଭୁମି ପୂଜନ ମଧ୍ୟ କରିବା ନେଇ ସୂଚନା ରହିଛି । ଯାହାର ମୂଲ୍ୟ 1170 କୋଟି ଟଙ୍କା । ଜୁଲାଇ 13 ରେ, ପ୍ରଧାନମନ୍ତ୍ରୀ ମୋଦି ମୁମ୍ବାଇର ନେସ୍କୋ ସେଣ୍ଟରରେ ଅନେକ ନୂତନ ପ୍ରକଳ୍ପର ଭୁମି ପୂଜନ କାର୍ଯ୍ୟକ୍ରମ କରିବେ ଏହା ସହ ପିଏମ ମୋଦି ଏଠାରେ ଏକ ସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାରାଷ୍ଟ୍ର ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ଭାବ୍ୟ ଗସ୍ତ ଯୋଗୁଁ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏହା ସହିତ ଟ୍ରାଇଡେଣ୍ଟ ହୋଟେଲ ଚାରିପାଖରେ ଥିବା ଅଟ୍ଟାଳିକାଗୁଡ଼ିକରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ଜୁଲାଇ ୧୨ ତାରିଖରେ ବିବାହ କରିବା ପାଇଁ ଯାଉଛନ୍ତି । ବର୍ତ୍ତମାନ ଅମ୍ବାନୀ ପରିବାର ପ୍ରି ୱେଡିଙ୍ଗ୍ କାର୍ଯ୍ୟକ୍ରମ ଯାରି ରହିଛି । ଯେଉଁଠି ଅନେକ ସେଲିବ୍ରିଟିଙ୍କୁ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications