ଅନ୍ୟକୁ ଧମକାଇବା କଂଗ୍ରେସର ସଂସ୍କୃତି, ଜାଣନ୍ତୁ କାହିଁକି ଏମିତି କହିଲେ ପିଏମ ମୋଦି
ନୂଆଦିଲ୍ଲୀ : ଦେଶରେ ଏବେ ରାଜନୈତିକ ମାହେଲେ ରହିଛି ବେସ ସରଗରମ । ଦେଶରେ ସବୁ ରାଜନେଦୌତିକ ଦଳ ଗୁଡ଼ିକ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବାରେ ବ୍ୟସ୍ତ । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଅନ୍ୟମାନଙ୍କୁ ଭୟଭୀତ କରିବା ହେଉଛି କଂଗ୍ରେସର ପୁରୁଣା ସଂସ୍କୃତି ।
ପ୍ରସିଦ୍ଧ ଓକିଲମାନଙ୍କ ଚିଠିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୁନଃପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, "ପାଞ୍ଚ ଦଶନ୍ଧି ତଳେ କଂଗ୍ରେସ ଦଳ ଏକ 'ପ୍ରତିଶ୍ରୁତିବଦ୍ଧ ନ୍ୟାୟପାଳିକା' ପାଇଁ ଆହ୍ୱାନ ଦେଇଥିଲା । ସେମାନେ (କଂଗ୍ରେସ) ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କଠାରୁ ପ୍ରତିଶ୍ରୁତି ଚାହୁଁଛନ୍ତି, କିନ୍ତୁ କଂଗ୍ରେସ ଦଳ ଦେଶ ପ୍ରତି ନିଜର କୌଣସି ପ୍ରତିବଦ୍ଧତାକୁ ଏଡ଼ାଇ ଦେଇଥାଏ ।

ଏବେ ୧୪୦ କୋଟି ଭାରତୀୟ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏହାପୂର୍ବରୁ ବରିଷ୍ଠ ଓକିଲ ହରିଶ ସାଲଭେ ଏବଂ ବାର କାଉନସିଲ ଅଫ ଇଣ୍ଡିଆ ସଭାପତି ମନନ କୁମାର ମିଶ୍ରଙ୍କ ସମେତ ପ୍ରାୟ ୬୦୦ ଓକିଲ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ଅଭିଯୋଗ କରାଯାଇଛି କି ଏକ ନିହିତ ସ୍ୱାର୍ଥ ବାଲା ସମୁହ 'ଅଯଥା ତର୍କ ଓ ଘେସାପେଟା ରାଜନୈତିକ ଏଜେଣ୍ଡା' ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଯାଉଛି ଓ କୋର୍ଟଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ।












Click it and Unblock the Notifications