ପୋଲାଣ୍ଡରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୨୩ରେ ୟୁକ୍ରେନ ଗସ୍ତ
ପୋଲାଣ୍ଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପୋଲାଣ୍ଡରେ ଆଜି ପହଞ୍ଚିଛନ୍ତି। ଗତ ୪୫ ବର୍ଷ ମଧ୍ୟରେ ଏହା ହେଉଛି ଭାରତର ପ୍ରଧାନମନ୍ତ୍ରୀଙ୍କ ପୋଲାଣ୍ଡକୁ ପ୍ରଥମ ଗସ୍ତ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୱାର୍ସ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ୨୧ ଏବଂ ୨୨ ଅଗଷ୍ଟରେ ପୋଲାଣ୍ଡ ରହିବେ ।
ଏହା ପରେ ସେ ୨୩ ଅଗଷ୍ଟରେ ୟୁକ୍ରେନର ରାଜଧାନୀ କିଭ ଗସ୍ତ କରିବେ। ଉଭୟ ଦେଶ ସେମାନଙ୍କର କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂରଣ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଲାଣ୍ଡ ଗସ୍ତ ହୋଇଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୈସୱାଲ ଟ୍ୱିଟ୍ କରି କହିଛନ୍ତି, "ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାର୍ସରେ ପହଞ୍ଚିଛନ୍ତି।

ଏହି ଗସ୍ତ ମଧ୍ୟ ସ୍ୱତନ୍ତ୍ର କାରଣ ପୋଲାଣ୍ଡ ଏବଂ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୭୦ ତମ ବାର୍ଷିକୀ। ଏହି ଗସ୍ତ ମଧ୍ୟ ଐତିହାସିକ କାରଣ ଗତ ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ଗସ୍ତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ।












Click it and Unblock the Notifications