ମସ୍କୋରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଦିଆଗଲା ଗାର୍ଡ ଅଫ ଅନର

ନୂଆଦିଲ୍ଲୀ: ୩ ଦିନିଆ ଋଷ ଓ ଅଷ୍ଟ୍ରିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ୨୨ ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ । ଋଷ-ୟୁକ୍ରେନ ଯୁଦ୍ଧ ପରେ ଏହା ମୋଦୀଙ୍କ ପ୍ରଥମ ରୁଷ ଗସ୍ତ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କୋରେ ପହଞ୍ଚିଛନ୍ତି । ମସ୍କୋରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।

ଜୁନ୍‌ରେ ପିଏମ୍ ମୋଦୀଙ୍କ ଶପଥ ଗ୍ରହଣ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସରକାରୀ ରୁଷ ଯାତ୍ରା । ୨୦୨୨ ଫେବ୍ରୁଆରୀରେ ରୁଷ ଏବଂ ୟୁକ୍ରେନ୍ ମଧ୍‌ଯରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ରୁଷ ଗସ୍ତ । ବିମାନ ବନ୍ଦରରେ ପିଏମ୍ ମୋଦୀଙ୍କୁ ରୁଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ ମଣ୍ଡୁରୋଭ ସ୍ୱାଗତ ଜଣାଇଥିଲେ ।

PM Modi Arrives In Russia

ମଣ୍ଡୁରୋଭ ପିଏମ୍ ମୋଦୀଙ୍କୁ ହୋଟେଲ ଯାଏ ନେଇ ଯିବେ ଏବଂ ଉଭୟ ଗୋଟିଏ କାରରେ ଯାତ୍ରା କରୁଛନ୍ତି । ହୋଟେଲ ବାହାରେ ଢୋଲ ବଜାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରାଯାଇଛି । ରୁଷ ଶ୍ରଦ୍ଧାଳୁ ମସ୍କୋରେ ହୋଟେଲ ବାହାରେ ଭଜନ ଗାନ କରୁଥିବା ମଧ୍ୟ ନଜର ଆସିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+