PM Modi: ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ ମୋଦି; AI ଆକ୍ସନ୍ ସମ୍ମିଳନୀରେ ଯୋଗ ଦେବେ

ଫ୍ରାନ୍ସରେ ପ୍ରଧାନମନ୍ତ୍ରୀ । ପିଏମ୍ ମୋଦିଙ୍କୁ ପ୍ୟାରିସ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି। ସୋମବାର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ୟାରିସର ଓର୍ଲି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଥିଲା।

ମୋଦିଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ଣ୍ଣୁ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବା ସହ AI ବା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ଆକ୍ସନ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏହି ଶିଖର ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଭାରତ-ଫ୍ରାନ୍ସ ସିଇଓ ଫୋରମକୁ ମଧ୍ୟ ସମ୍ବୋଧିତ କରିବେ।

PM Modi arrives in Paris

ଫ୍ରାନ୍ସ ଓ ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନକାଳୀନ ମନ୍ତବ୍ୟ

ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନଙ୍କ ନିମନ୍ତ୍ରଣ ଅନୁଯାୟୀ ମୁଁ ଫେବୃଆରୀ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଗସ୍ତ କରିବି। ପ୍ୟାରିସରେ, ମୁଁ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ଯୋଗଦେବି, ଯାହା ବିଶ୍ୱନେତା ଏବଂ ବିଶ୍ଵର ବୈଷୟିକ କ୍ଷେତ୍ରର ସିଇଓମାନଙ୍କର ଏକ ସମାବେଶ, ଯେଉଁଠାରେ ଆମେ ଅଭିନବ ଏବଂ ବ୍ୟାପକ ଜନକଲ୍ୟାଣ ପାଇଁ ଏଆଇ ପ୍ରଯୁକ୍ତି ବିଦ୍ୟାର ସହଯୋଗୀ ଆଭିମୁଖ୍ୟ ଉପରେ ଏକ ସମାବେଶୀ, ସୁରକ୍ଷିତ ଏବଂ ବିଶ୍ୱସନୀୟ ଢଙ୍ଗରେ ମତ ବିନିମୟ କରିବୁ । ଏହି ସମ୍ମିଳନୀରେ ସହ-ଅଧ୍ୟକ୍ଷତା କରିବା ପାଇଁ ମୁଁ ଆଗ୍ରହୀ ଅଛି ।

ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଭାରତ - ଫ୍ରାନ୍ସ ରଣନୈତିକ ଭାଗିଦାରୀ ପାଇଁ ୨୦୪୭ ହୋରାଇଜନ୍ ରୋଡ୍ ମ୍ୟାପ୍ ର ଅଗ୍ରଗତି ସମୀକ୍ଷା କରିବାର ସୁଯୋଗ ମିଳିବ । ଆମେ ଫ୍ରାନ୍ସର ଐତିହାସିକ ସହର ମାର୍ସେଲି ଗସ୍ତ କରି ଫ୍ରାନ୍ସରେ ପ୍ରଥମ ଭାରତୀୟ ଦୂତାବାସର ଉଦଘାଟନ କରିବୁ ଏବଂ ଅନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ପ୍ରୟୋଗାତ୍ମକ ରିଆକ୍ଟର ପ୍ରକଳ୍ପ ପରିଦର୍ଶନ କରିବୁ, ଯେଉଁଥିରେ ଭାରତ ଫ୍ରାନ୍ସ ସମେତ ଅନ୍ୟାନ୍ୟ ଅଂଶୀଦାର ଦେଶମାନଙ୍କର ସଂଘର ସଦସ୍ୟ ଅଟେ । ମୁଁ ମଜାର୍ଗସ ଯୁଦ୍ଧ କବରସ୍ଥାନରେ ପ୍ରଥମ ଓ ଦ୍ବିତୀୟ ବିଶ୍ୱଯୁଦ୍ଧରେ ପ୍ରାଣବଳି ଦେଇଥିବା ଭାରତୀୟ ସୈନିକମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବି ।

ମୁଁ ଫ୍ରାନ୍ସରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକ୍ରମେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବି । ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବାକୁ ଚାହୁଁଛି । ଯଦିଓ ତାଙ୍କର ଐତିହାସିକ ନିର୍ବାଚନ ବିଜୟ ଏବଂ ଜାନୁଆରୀରେ ଶାସନଭାର ଗ୍ରହଣ କରିବା ପରେ ଏହା ଆମର ପ୍ରଥମ ସାକ୍ଷାତ ହେବ, ପୂର୍ବରୁ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ଗଠନ କରିବାରେ ଏକତ୍ର କାମ କରିବାର ମୋର ବହୁତ ଚମତ୍କାର ଅନୁଭୂତି ରହିଛି ।

ଏହି ଗସ୍ତ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଆମର ସହଯୋଗର ସଫଳତାକୁ ଆଗକୁ ବଢ଼ାଇବା ଏବଂ ପ୍ରଯୁକ୍ତି, ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଏବଂ ଯୋଗାଣ ଶୃଙ୍ଖଳା ସ୍ଥିରତା କ୍ଷେତ୍ରରେ ଆମର ଭାଗିଦାରୀକୁ ଆହୁରି ଉନ୍ନତ ଏବଂ ଗଭୀର କରିବା ପାଇଁ ଏକ ଏଜେଣ୍ଡା ବିକଶିତ କରିବାର ଏକ ସୁଯୋଗ ହେବ । ଆମେ ଦୁଇ ଦେଶର ଲୋକଙ୍କ ପାରସ୍ପରିକ ଲାଭ ପାଇଁ ଏକାଠି କାମ କରିବୁ ଏବଂ ବିଶ୍ୱ ପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ କରିବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+