ଲାଓସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ୨୧ତମ ଆସିଆନ୍ ଭାରତ ଶିଖର ସମ୍ମିଳନୀରେ ଦେବେ ଯୋଗ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଲାଓସ୍ ଗସ୍ତରେ ଯାଇ ଆଜି ଭିଏଣ୍ଟିଆନେଠାରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଗସ୍ତ କାଳରେ ୨୧ତମ ଆସିଆନ ଭାରତ ଶିଖର ସମ୍ମିଳନୀ ଏବଂ ୧୯ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ଲାଓସର ସ୍ୱରାଷ୍ଟ୍ର ମନ୍ତ୍ରୀ ତାଙ୍କୁ ସ୍ଵାଗତ କରିଥିଲେ ।

ଲାଓସ୍ରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନେ ରାମାୟଣର ଏକ କଥାବସ୍ତୁକୁ ନେଇ ନୃତ୍ୟାଭିନୟ ମାଧ୍ୟମରେ ନରେନ୍ଦ୍ର ମୋଦୀ ଙ୍କୁ ସ୍ଵାଗତ ଜଣାଇଥିଳେ । ଗସ୍ତର ଆଜି ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ୨୧ତମ ଆସିଆନ ଭାରତ ଶିଖର ସମ୍ମିଳନୀରେ ଯୋଗଦେବା ସହ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications