ପୋଲାଣ୍ଡ-ୟୁକ୍ରେନ୍ର ଯାତ୍ରା ଶେଷ କରି ଦିଲ୍ଲୀରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡ ଓ ୟୁକ୍ରେନ୍ ଯାତ୍ରା ଶେଷ କରି ନୂଆଦିଲ୍ଲୀ ଫେରିଛନ୍ତି । ପିଏମ୍ ମୋଦିଙ୍କର ଏହି ଗସ୍ତରେ ପୋଲାଣ୍ଡ ଓ ୟୁକ୍ରେନ୍ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ୟୁକ୍ରେନକୁ ମୋଦିଙ୍କ ଗସ୍ତ ପରେ ଦୀର୍ଘ ଦିନ ଧରି ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ଆଶା ମଧ୍ୟ ଏବେ ଉଜ୍ଜ୍ୱଳ ହୋଇଛି ।

ଭାରତ ଏହି ଯୁଦ୍ଧକୁ ଶେଷ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି । ଶୁକ୍ରବାର ୭ ଘଣ୍ଟାର ଯାତ୍ରା ପରେ ପିଏମ୍ ମୋଦି ୟୁକ୍ରେନ୍‌ର କିଭ୍ରେ ପହଞ୍ଚିଥିଲେ । ରୁଷ ଓ ୟୁକ୍ରେନ ମଧ୍ୟରେ ପ୍ରାୟ ୩୧ ମାସ ଧରି ଚାଲିଥିବା ଯୁଦ୍ଧରେ ଭାରତ କେବେ ହେଲେ ନିରପେକ୍ଷ ନଥିଲା। ଭାରତ ସବୁବେଳେ ଶାନ୍ତି ପ୍ରତିଷ୍ଠା ସପକ୍ଷରେ ଥିଲା। ଏପରି ଢଙ୍ଗରେ କିଛି କହିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କୁ ଗତକାଲି ମୋଦି ଭେଟିଥିଲେ ।

ରୁଷ ଆକ୍ରମଣରେ ଛାରଖାର ହୋଇ ଯାଇଥିବା ୟୁକ୍ରେନ ସ୍ଥିତି ଦେଖି ମୋଦି ମଧ୍ୟ ଭାବବିହ୍ୱଳ ହୋଇଥିଲେ । ଟ୍ରେନ ଯୋଗେ ପୋଲାଣ୍ଡରୁ ୟୁକ୍ରେନ ଯାଇଥିବା ମୋଦିଙ୍କୁ ରାଜଧାନୀ କିଭରେ ଜେଲେନ୍‌ସ୍କି ସ୍ୱାଗତ କରିଥିଲେ। ଏହି ସମୟରେ ଦୁଇ ରାଷ୍ଟ୍ର ନେତା ପରସ୍ପରକୁ ଆଲିଙ୍ଗନ କରିଥିଲେ । ଏହାପରେ ମୋଦି ଓ ଜେଲେନସ୍କି ଦେଶର ଶହୀଦ ସ୍ମାରକୀ ପରିଭ୍ରମଣ କରିଛନ୍ତି।

PM Modi Arrives In Delhi

ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯୁଦ୍ଧରେ ପ୍ରାଣ ହରାଇଥିବା ଛୋଟ ପିଲାମାନଙ୍କ ସ୍ମୃତି ପୀଠ ବୁଲି ଦେଖାଇଥିଲେ। ଯୁଦ୍ଧରେ ଛୋଟ ପିଲାଙ୍କ ମୃତ୍ୟୁକୁ ଦେଖି ଉଭୟ ମୋଦି ଓ ଜେଲେନସ୍କି ଭାବବିହ୍ୱଳ ହୋଇଯାଇଥିଲେ। ଜେଲେନସ୍କି ଅତ୍ୟନ୍ତ ଭାଙ୍ଗି ପଡ଼ିବାରୁ ମୋଦି ତାଙ୍କ କାନ୍ଧରେ ହାତ ପକାଇ ସାନ୍ତ୍ୱନା ମଧ୍ୟ ଦେଇଥିଲେ ।

ଏହାପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏହି ସମୟରେ ପ୍ରତିରକ୍ଷା, ବାଣିଜ୍ୟ ଓ ରୁଷ ୱାର ଉପରେ ଦୁଇ ନେତା କଥା ହୋଇଛନ୍ତି। ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭାରତକୁ ନିମନ୍ତ୍ରଣ କରିଛନ୍ତି। ଏଥିସହ ୟୁକ୍ରେନକୁ ମେଡିକାଲ ଉପକରଣ ସବୁ ପ୍ରଦାନ କରିଛନ୍ତି।

ଜେଲେନସ୍କିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିବାଦର ସମାଧାନ ପାଇଁ ଭାରତ କେମିତି ନିୟମିତ ଭାବେ ଆଲୋଚନା ଓ କୂଟନୀତିକ ସମ୍ପର୍କ କଥା କହି ଆସୁଛି, ସେକଥା ଉଠାଇଛନ୍ତି। ସେ କହିଥିଲେ , "ଏହି ଯୁଦ୍ଧରେ ଭାରତ କେବେ ହେଲେ ନିରପେକ୍ଷ ନଥିଲା। ଭାରତ ସବୁବେଳେ ଶାନ୍ତିର ପକ୍ଷରେ ରହିଛି।" ରୁଷ ସହ ଏକାଠି ବସି ଯୁଦ୍ଧ ଶେଷ କରିବା ଦିଗରେ ଆଲୋଚନା କରିବାକୁ ସେ ଜେଲେନସ୍କିଙ୍କୁ ପରାମର୍ଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+