ତିନିଦେଶ ଗସ୍ତ କରି ବିଶ୍ୱଶାନ୍ତିର ବାର୍ଭା ପ୍ରଚାର କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭାରତ ଏବଂ କ୍ରୋଏସିଆ ବିଶ୍ୱଶାନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାଗିଦାରିତା ଲାଗି ୪ଟି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହିସବୁ ବୁଝାମଣାପତ୍ରଗୁଡ଼ିକ କୃଷି, ସାଂସ୍କୃତିକ ଆଦାନ ପ୍ରଦାନ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଓ ଜାଗ୍ରେବ ବିଶ୍ବବିଦ୍ୟାଳୟରେ ହିନ୍ଦୀ ଚେୟାର ପ୍ରତିଷ୍ଠା ନିମନ୍ତେ ଉଦ୍ଦିଷ୍ଟ । ଉଭୟ ଦେଶ ପ୍ରତିରକ୍ଷା କ୍ଷେତ୍ର ତ୍ରରେ ମିଳିତ ପ୍ରଶିକ୍ଷଣ, ସାମରିକ ଆଦାନ ପ୍ରଦାନ ଏବଂ ଶିଳ୍ପ କ୍ଷେତ୍ରରେ ଭାଗିଦାରିତା ଲାଗି ଏକ ଦୀର୍ଘ ସୂତ୍ରୀ ପ୍ରତିରକ୍ଷା ସହଯୋଗ ଯୋଜନା ଲାଗି ସମ୍ମତି ପ୍ରକାଶ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରୋଏସିଆ, କାନାଡା ଏବଂ ସାଇପ୍ରସ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବେ କହିଛନ୍ତି, ୟୁରୋପ ହେଉ କି ଏସିଆ ମହାଦେଶ, ବିବାଦର ସମାଧାନ ଯୁଦ୍ଧ କ୍ଷେତ୍ରରେ ନୁହେଁ ବରଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମ୍ଭବ । ଶ୍ରୀ ମୋଦୀ ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱକୁ ଭାରତ ସମ୍ମାନ କରେ ବୋଲି କହିଛନ୍ତି ।
ଆତଙ୍କବାଦକୁ ସମାଜ ବିରୋଧୁ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ପହଲଗାମ ଆକ୍ରମଣ ନେଇ କ୍ରୋଏସିଆ ନେତୃତ୍ୱଙ୍କ ସମବେଦନା ଲାଗି ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, କଠିନ ସମୟରେ ଏହି ସମର୍ଥନ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ଵାସ ଏବଂ ବନ୍ଧୁତ୍ଵପୂର୍ଣ ମନୋଭାବ ବୃଦ୍ଧି କରିବ ।
ଉଭୟ ନେତା ଦ୍ବିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ସହିତ ସମତ ଯୋଗାଣ ବୃଦ୍ଧି ନିମନ୍ତେ ରାଜି ହୋଇଛନ୍ତି । ଔଷଧ, କୃଷି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା, ଶକ୍ତି ଏବଂ ସେମି କଣ୍ଡକ୍ଟର କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ନେଇ ଆଲୋଚନା ହୋଇଛି । ଶ୍ରୀ ମୋଦୀ ସାଇବର ସିକ୍ୟୁରିଟି, ଜାହାଜ ନିର୍ମାଣ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ପ୍ରାଧାନ୍ୟ ଦେଇଛନ୍ତି ।












Click it and Unblock the Notifications