କ୍ରୋଏସିଆର ଫ୍ରାଞ୍ଜୋ ଟୁଡମାନ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ କ୍ରୋଏସିଆକୁ ଐତିହାସିକ ଗସ୍ତ କରି ଜାଗ୍ରେବ୍‍ଠାରେ ପହଞ୍ôଚଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ୍‍ ପ୍ଲେନ୍‍କୋଭିକ୍‍' ଫ୍ରାଞ୍ଜୋ ଟୁଡମାନ ବିମାନ୍ଦ ବନ୍ଦରରେ ଶ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ପାରମ୍ପରିକ ସାଂସ୍କୃତିକ ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ମୋଦୀ କ୍ରୋଏସିଆରେ ବସବାସ କରୁଥିବା ଭାରତୀୟ ବନ୍ଧୁମାନଙ୍କୁ ଭେଟିଥିଲେ ।

ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କ୍ରୋଏସିଆ ପ୍ରତିପକ୍ଷଙ୍କ ସରକାରୀ ବାସଭବନ ବାନ୍ସକି ଡୋରିରେ ଏକ ପ୍ରତିନିଧି ସ୍ତରୀୟ ଆଲୋଚନାରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଉଭୟ ନେତା ସେଣ୍ଟ ମାର୍କସ୍‍ ସ୍କୋୟାର୍‍ରେ ଏକ ସ୍ୱାଗତ ଉତ୍ସବରେ ଅଂଶଗ୍ରହଣ କରିବେ ଏବଂ ଇମ୍ପ୍ରେସନ୍‍ ପୁସ୍ତିକାରେ ସ୍ୱାକ୍ଷର କରିବେ । ଆଲୋଚନାରେ ରଣନୈତିକ ସହଯୋଗ ସହ ବହୁ ପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆଶା କରାଯାଉଛି । ଆଲୋଚନା ପରେ ଗସ୍ତ ସମୟରେ ଏକ ଶୃଙ୍ଖଳା ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି ।

PM MODI

ପରେ ଦୁଇ ପ୍ରଧାନମନ୍ତ୍ରୀ ସେଠାରେ ଥିବା ସ୍ୱଦେଶ ସ୍ମାରକୀ ଗୁଡ଼ିକରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଏବଂ ସହର ପରିଦର୍ଶନ କରିବେ । ଏହି ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା, ପ୍ରମୁଖ କ୍ଷେତ୍ରରେ ରାଜିନାମା ଏବଂ ସାଂସ୍କୃତିକ କୂଟନୀତି ଅନ୍ତର୍ଭୁକ୍ତ ରହିବ । ଭାରତ ଏବଂ କ୍ରୋଏସିଆ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି, କୃଷି, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବ। ବିଜ୍ଞାନ କ୍ଷେତ୍ରରେ ସହଯୋଗର ଏକ କାର୍ଯ୍ୟକ୍ରମ, ମିଳିତ ଗବେଷଣା ଏବଂ ଜ୍ଞାନ ବିନିମୟକୁ ପ୍ରୋତ୍ସାହିତ କରିବ ।

କୃଷିକ୍ଷେତ୍ରରେ ହେବାକୁ ଥିବା ରାଜିନାମାରେ ୩୦ଟି କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ । ୨୦୩୦ ପର୍ଯ୍ୟନ୍ତ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ସଂପ୍ରସାରଣ ଉପରେ ମଧ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ଆଶା କରାଯାଉଛି । ଏଥିରେ ପ୍ରଦର୍ଶନ କଳା, ସଂଗ୍ରହାଳୟ, ପ୍ରତ୍ନତତ୍ତ୍ୱ ଏବଂ ଗଣମାଧ୍ୟମ ଆଦି ବିଷୟ ଅନ୍ତର୍ଭୁକ୍ତ ରହିଛି । ଏହି ଅବସରରେ ଜାଗ୍ରେବ୍‍ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଚେୟାରକୁ ମଧ୍ୟ ସଂପ୍ରସାରଣ କରାଯିବ, ଯାହା ଭାରତର ଭାଷାଗତ ଓ ଶିକ୍ଷାଗତ ପ୍ରସାରକୁ ବୃଦ୍ଧି କରିବ ।

ଆତଙ୍କବାଦ ଉପରେ ଭାରତର ଆଭିମୁଖ୍ୟ ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ କ୍ରୋଏସିଆର ସମର୍ଥନ ହାସଲ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଦୁଇଦେଶ ଭାରତ-ୟୁରୋପୀୟ ସଂଗ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ୟୁରୋପ, ମଧ୍ୟପ୍ରାଚ୍ୟ ଏବଂ ଭାରତକୁ ଯୋଡ଼ୁଥିବା ବ୍ୟାପକ ସଂଯୋଗ କରିଡର ପ୍ରସଙ୍ଗରେ ମଧ୍ୟ ସମନ୍ୱୟ ଭିତ୍ତିକ ଆଲୋଚନା ହେବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+