ପିଏମ୍ ମୋଦିଙ୍କୁ ବ୍ରାଜିଲରେ ଭବ୍ୟ ସ୍ବାଗତ , ଜି-20 ସମ୍ମିଳନୀରେ ହେବେ ସାମିଲ
ନାଇଜେରିଆ ଜି-20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ସୋମବାର) ବ୍ରାଜିଲରେ ପହଞ୍ଚିଛନ୍ତି । ରିଓ ଡି ଜେନେରିଓ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ପରେ ଆୟୋଜକ ବ୍ରାଜିଲ ସରକାରଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।ସେଠାରେ ପହଁଞ୍ଚିବାରେ କରାଯାଇଛି ଭବ୍ୟ ସ୍ବାଗତ। ଆୟୋଜକ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି ସିଲଭା ଜୋରଦାର ଭାବରେ ସ୍ବାଗତ କରିବା ସହ ହାତ ମିଳାଇଥିଲେ। ଏହାପରେ ତାଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ। ଦୁଇ ନେତା ବହୁ ସମୟ ଧରି ପରସ୍ପର ସହ ଆଲୋଚନା କରିଥିଲେ। ବ୍ରାଜିଲ ରାଷ୍ଟ୍ରପତି ପିଏମ୍ ମୋଦିଙ୍କ କାନ୍ଧ ଉପରେ ହାତ ରଖି ଖୁବ୍ ବେଶ୍ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ।
ମୋଦିଙ୍କ ଗସ୍ତ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ଟ୍ବିଟ୍ କରି ସୂଚନା ଦେଇଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜେ ଏ ସମ୍ପର୍କରେ ଟ୍ବିଟ କରିଛନ୍ତି । ସେ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ଏକ ଫଳପ୍ରଦ ଆଲୋଚନା ପାଇଁ ଉତ୍ସାହୀ ଥିବା ମୋଦି କହିଛନ୍ତି । ମୋଦି ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ବ୍ୟତୀତ ବିଶ୍ବ ନେତାଙ୍କ ସହ ଆଲୋଚନା କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଚୀନ୍ର ରାଷ୍ଟ୍ରପତି ଶି ଜିନପିଙ୍ଗ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉପରେ ଭାରତର ଆଭିମୁଖ୍ୟ ରଖିବେ।

ବ୍ରାଜିଲରେ ଚଳିତଥର 19ତମ ଜି-20 ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ମଧ୍ୟ ଯୋଗ ଦେଉଛନ୍ତି । ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ପାର୍ଶ୍ବ କାର୍ଯ୍ୟକ୍ରମ ଭାବେ ସାକ୍ଷାତ ଓ ଆଲୋଚନା ମଧ୍ୟ କରିବେ ।
ଦୁଇ ଦେଶର ସାମୂହିକ ତଥା ମିଳିତ ପ୍ରସଙ୍ଗରେ ଆଲୋଚନା ହେବ । ପରେ ସେଠାରୁ ମୋଦି ଗୁଆନା ଅଭିମୁଖେ ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ଚଳିତଥର 5 ଦିବିସୀୟ ଗସ୍ତରେ 3ଦେଶରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ । ସେ ଗତକାଲି (ରବିବାର) ନାଇଜେରିଆରେ ପହଞ୍ଚିଥିବା ବେଳେ ଆଜି ବ୍ରାଜିଲରେ ପହଞ୍ଚିଛନ୍ତି । ଗୁଆନା ଗସ୍ତ ସାରିବା ପରେ ସେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।












Click it and Unblock the Notifications