ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ଓମାନ୍‍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଦୁଇଦିନିଆ ଓମାନ ଗସ୍ତରେ ଯାଇ ଏଇ କିଛିସମୟ ପୂର୍ବରୁ ମସ୍କାଟ୍‍ଠାରେ ଅବତରଣ କରିଛନ୍ତି । ବିମାନ ବନ୍ଦରରେ ଓମାନର ଉପ- ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଇଥିଓପିଆ ଗସ୍ତ ଶେଷ କରି ଆଜି ସେ ଓମାନ୍‍ ଯାତ୍ରା କରିଥିଲେ । ଓମାନ୍‍ ରାଷ୍ଟ୍ର ମୁଖ୍ୟ ସୁଲତାନ ହାଇଥାମ୍‍ ବିନ୍‍ ତାରିକ୍‍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଏହି ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଏକ ଉଚ୍ଚ ପ୍ରତିନିଧି ମଣ୍ଡଳୀ ମଧ୍ୟ ଓମାନ୍‍ ଗସ୍ତ କରିଛନ୍ତି । ଆମ ସମ୍ବାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଭାରତ-ଓମାନ ମଧ୍ୟରେ କୂଟନୈତିକ ସମ୍ପର୍କର ୭୦ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ମୋଦୀଙ୍କର ଏହି ଗସ୍ତ ଗୁରୁତ୍ୱ ବହନ କରେ । ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ଅଧିକ ସଶକ୍ତ ହେବା ସହ ଆର୍ଥିକ ସହଭାଗିତା ବୃଦ୍ଧି ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି ।

pm modi

ଆଜି ପ୍ରଧାନମନ୍ତ୍ରୀ ଆଦିସ୍‍-ଅବାବାଠାରେ ଇଥୋପିଆ ସଂସଦର ମିଳିତ ଅଧିବେଶନରେ ଉଦ୍‍ବୋଧନ ଦେଇ କହିଛନ୍ତି, ଭାରତର ଜାତୀୟ ସଂଗୀତ ବନ୍ଦେ ମାତରମ ଏବଂ ଇଥୋପିଆର ଜାତୀୟ ସଂଗୀତ ଉଭୟ ଦେଶ ମାତୃକାର ସମ୍ମାନ ପାଇଁ ଉଦ୍ଧିଷ୍ଟ । ଏହି ସଂଗୀତ ଆମକୁ ଦେଶ ମାତୃକାର ଐତିହ୍ୟ, ସଂସ୍କୃତି, ସୌନ୍ଦର୍ଯ୍ୟ ଏବଂ ସୁରକ୍ଷା ପାଇଁ ଗୌରବାନ୍ୱିତ କରିଥାଏ । ଇଥୋପିଆର ଆଦିସ୍‍ ଏବଂ ଧୋଲେରା ବନ୍ଦର କେବଳ ବାଣିଜ୍ୟିକ କେନ୍ଦ୍ର ନୁହଁନ୍ତି ବରଂ ଦୁଇ ସଭ୍ୟତାର ଏକ ସେତୁ ବୋଲି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଇଥୋପିଆର ସର୍ବୋଚ୍ଚ ସମ୍ମାନ 'ଦ ଗ୍ରେଟ୍‍ ଅନର ନିଶାନ ଅଫ୍‍ ଇଥୋପିଆ'ରେ ସମ୍ମାନିତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଦୁଇଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+