ନୂଆ ଭୋଟରଙ୍କୁ ମୋଦିଙ୍କ ଆହ୍ୱାନ, କହିଲେ ରାଜ୍ୟର ଭବିଷ୍ୟତ ପାଇଁ .....

ବିହାର ବିଧାନସଭାର ପ୍ରଥମପର୍ଯ୍ୟାୟ ଭୋଟ୍‍ଗ୍ରହଣ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସାଧାରଣ ସଭା ଏବଂ ର‌୍ୟାଲି ଜରିଆରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଲାଗି ଭୋଟର୍ମାନଙ୍କୁ ଆକୃଷ୍ଟ କରାଯାଉଛି । ଆଜି ଦ୍ୱିତୀୟ ଥରଲାଗି ନିର୍ବାଚନୀ ପ୍ରଚାରରେ ବି.ଜେ.ପି.ର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଜାଫରପୁର ଏବଂ ଛାପ୍ରାରେ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିହାରରେ ପୂର୍ବ ସରକାରଗୁଡ଼ିକ ଜଙ୍ଗଲରାଜ ଜରିଆରେ ଶିଳ୍ପ ଏବଂ ଔଦ୍ୟୋଗିକ କେନ୍ଦ୍ରଗୁଡ଼ିକୁ ନଷ୍ଟ କରିଦେଇଛନ୍ତି । ଶ୍ରୀ ମୋଦି ଏହି ଅବସରରେ ପ୍ରଥମ ଥରପାଇଁ ଭୋଟ ଦେବାକୁ ଯୋଗ୍ୟ ହୋଇଥିବା ଭୋଟର୍‍ମାନଙ୍କୁ ବିହାରର ଭବିଷ୍ୟତପାଇଁ ନିଜର ପ୍ରଥମ ଭୋଟ୍‍ ଦେବାକୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ମୋଦି କହିଛନ୍ତି, ସୁଶାସନ ପାଇବା ସମସ୍ତଙ୍କ ନାଗରିକଙ୍କ ମୌଳିକ ଅଧିକାର । ବିକଶିତ ବିହାର ଗଠନ ଏବଂ ଜଙ୍ଗଲରାଜରୁ ମୁକ୍ତି ଲାଗି ଆଗାମୀ ନିର୍ବାଚନ ଏକ ସୁଯୋଗ ବୋଲି ସେ କହିଛନ୍ତି ।

pm modi

ତୁଷ୍ଟୀକରଣ ରାଜନୀତି କରୁଥିବା ରାଜନୈତିକ ଦଳଗୁଡ଼ିକୁ ସମାଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଭୋଟ୍‍ ବ୍ୟାଙ୍କ୍‍ ସୃଷ୍ଟି କରି ସେହି ରାଜନୈତିକ ଦଳଗୁଡ଼ିକ ବିହାରର ବିନାଶ କରୁଛନ୍ତି । ଆଜି ମୁଜାଫରପୁରରେ ପ୍ରଥମ ର‌୍ୟାଲିକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ବିହାରବାସୀଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜଳସେଚନ କ୍ଷେତ୍ରରେ ସମସ୍ତ ପ୍ରକାର ସୁବିଧାସୁଯୋଗ ସୁନିଶ୍ଚିତ କରିବା ଲାଗି ଏନ୍‍ଡିଏ ପ୍ରତିଶ୍ରୁତିବଦ୍ଧ । ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱପ୍ରଦାନ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+