NDA ସଂସଦୀୟ ଦଳ ବୈଠକ ରାଧାକୃଷ୍ଣନଙ୍କ ସମର୍ଥନ ପାଇଁ ସମସ୍ତ ଦଳକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପିଲ୍

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହୋଇଯାଇଛି। ମଙ୍ଗଳବାର ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ସର୍ବଦଳୀୟ ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସି ପି ରାଧାକୃଷ୍ଣନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ସହଯୋଗୀ ଦଳର ସାଂସଦମାନଙ୍କ ସହିତ ରାଧାକୃଷ୍ଣନଙ୍କର ପରିଚୟ କରାଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ରାଧାକୃଷ୍ଣନ ଓବିସି ସମାଜରୁ ଆସିଛନ୍ତି। ସେ ଅତ୍ୟନ୍ତ ସରଳ। ଆସନ୍ତା ୨୦ ତାରିଖ ଅର୍ଥାତ ବୁଧବାର ରାଧାକୃଷ୍ଣନ ନାମାଙ୍କନପତ୍ର ଦାଖଲ କରିବେ।

nda

ବିରୋଧୀ ଦଳଗୁଡ଼ିକ ବି ରାଧାକୃଷ୍ଣନଙ୍କୁ ସମର୍ଥନ କରିବା ଲାଗି ବୈଠକରେ ଆହ୍ବାନ କରାଯାଇଛି। ସେ କିପରି ନିରପେକ୍ଷ ଭାବେ ବିଜୟୀ ହେବେ ସେଥିଲାଗି ଅନ୍ୟ ଦଳଗୁଡ଼ିକ ସହିତ ଆଲୋଚନା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି।

ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବି ମଙ୍ଗଳବାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିରୋଧୀଙ୍କ ପକ୍ଷରୁ ଉପରାଷ୍ଟ୍ରପତି ପଦବୀ ପାଇଁ ଆଶାୟୀଙ୍କ ନାମ ଉପରେ ଆଲୋଚନା ହୋଇପାରେ। ମିଳିଥିବା ସୂଚନା ଅନୁସାରେ, ବିରୋଧୀଙ୍କ ପ୍ରାର୍ଥୀ ରେସରେ ୩ ଜଣ ରହିଛନ୍ତି। ଡିଏମକେର ରାଜ୍ୟସଭା ସାଂସଦ ତିରୁଚି ଶିବା, ସି.ଏନ. ଅନ୍ନାଦୁରୈ ,ବଂ ତୁଷାର ଗାନ୍ଧୀଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+