ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଏକ ବଡ଼ ଯୋଜନା, ଜାଣନ୍ତୁ ତାହା କଣ?

ଅଯୋଧ୍ୟା : ରାମନାମରେ ପ୍ରକମ୍ପିତ ହୋଇଛି ସାରା ଦେଶ । ପ୍ରାଣପ୍ରତିଷ୍ଠା ପାଇଁ କେବଳ ଉତରପ୍ରଦେଶର ଅଯୋଧ୍ୟା ସହର ଉତ୍ସବ ମୁଖର ହୋଇ ଉଠିନି ବଂର ପୂରା ଦେଶରେ ଦେଖିବାକୁ ମିଳିଛି ସେହି ସମାନ ଉତ୍ସାହ ଓ ଖୁସି । ଅଯୋଧ୍ୟାରେ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ସୋଲାର ଯୋଜନା ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ଘର ଛାତରେ ସୋଲାର ସିଷ୍ଟମ ରହିବା ଉଚିତ୍ । ପିଏମ ମୋଦିଙ୍କ ଘୋଷଣା ଅନୁଯାୟୀ, ଯୋଜନା ଅନ୍ତର୍ଗତ ଏକ କୋଟି ଘରର ଛାତରେ ସୋଲାର ଲଗାଯିବ । ପ୍ରଧାନମନ୍ତ୍ରୀ ମୋଦି ସୋମବାର ତାଙ୍କ ଅଫିସିଆଲ ସୋସିଆଲ ମିଡ଼ିଆ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି, ସୂର୍ଯ୍ୟବଂଶୀ ପ୍ରଭୁ ଶ୍ରୀ ରାମଙ୍କ ଆଲୋକରୁ ଦୁନିଆର ସମସ୍ତ ଭକ୍ତ ସଦୈବ ଶକ୍ତି ପାଆନ୍ତି ।

ଆଜି ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଶୁଭ ଅବସରରେ ମୋର ସଂକଳ୍ପ ଆହୁରି ଦୃଢ ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଅଯୋଧ୍ୟାରୁ ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ନେଇଛି ଯେ, ଆମ ସରକାର ଏକ କୋଟି ଘର ଉପରେ ରୁଫ୍‌ଟପ୍ ସୋଲାର ସ୍ଥାପନ କରିବାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଆରମ୍ଭ କରିବେ । ଏହା କେବଳ ଗରିବ ଏବଂ ମଧ୍ୟବିତ୍ତଙ୍କ ବିଦ୍ୟୁତ୍ ବିଲ ହ୍ରାସ କରିବ ନାହିଁ, ବରଂ ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବ ।

PM Suryoday Yojana

ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ଥିବା ମହାନ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରତିମାକୁ ଏକ ନୂତନ ଯୁଗର ଆଗମନର ପ୍ରତୀକ ବୋଲି କହିଛନ୍ତି ଏବଂ ଆଗାମୀ ୧୦୦୦ ବର୍ଷ ପାଇଁ ଏକ ଶକ୍ତିଶାଳୀ, ମହାନ ତଥା ଦିବ୍ୟ ଭାରତର ମୂଳଦୁଆ ପକାଇବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ପ୍ରଧାନମନ୍ତ୍ରୀ ମୋଦୀ 'ସିଆଭର୍ ରାମଚନ୍ଦ୍ର କି ଜୟ' ଏବଂ 'ଜୟ ଶ୍ରୀ ରାମ' ସ୍ଲୋଗାନ ଦେଇ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଏହା କେବଳ ବିଜୟର ମୂହର୍ତ୍ତ ନୁହେଁ , ବରଂ ନମ୍ରତାର ମୂହୂର୍ତ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+