ଫେବୃଆରୀ ୧୩ ରେ ମୋଦି- ଟ୍ରମ୍ପ ସାକ୍ଷାତ !
Donald Trump PM Modi Meeting: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଫେବୃଆରୀ ୨୦୨୫ରେ ସାକ୍ଷାତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ମାସରେ ଆମେରିକା ଗସ୍ତରେ ଯାଉଛନ୍ତି ଏବଂ ଏହି ସମୟରେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଗସ୍ତ ସମାପ୍ତ କରିବା ପରେ 12 ଫେବୃଆରୀ ସନ୍ଧ୍ୟାରେ ୱାଶିଂଟନରେ ଜାଇ ପାରନ୍ତି । ସେ ୧୪ ଫେବୃଆରୀ ପର୍ଯ୍ୟନ୍ତ ଆମେରିକାରେ ରହିବେ। ସେ ଆମେରିକୀୟ କର୍ପୋରେଟ୍ ନେତା ଏବଂ ସମ୍ପ୍ରଦାୟକୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି । ପୂର୍ବରୁ ଟ୍ରମ୍ପ ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଫେବୃଆରୀରେ ହ୍ୱାଇଟ୍ ହାଉସ୍ ଗସ୍ତ କରିପାରନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଟେଲିଫୋନ୍ ବାର୍ତ୍ତାଳାପ ବିଷୟରେ ଆମେରିକା ରାଷ୍ଟ୍ରପତି କହିଥିଲେ, 'ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଆଶା କରୁଛି ସେ ଆସନ୍ତା ମାସରେ ହ୍ୱାଇଟ୍ ହାଉସ୍ ଆସିବେ। ଭାରତ ସହିତ ଆମର ବହୁତ ଭଲ ସମ୍ପର୍କ ରହିଛି। ଭାରତରେ ଆମେରିକୀୟ ବାଣିଜ୍ୟିକ ସ୍ୱାର୍ଥ ପାଇଁ ଅଧିକ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ।
ଟ୍ରମ୍ପ ସୂଚାଇ ଦେଇଥିଲେ ଯେ ସେ ମୋଦିଙ୍କ ସହିତ ଅବୈଧ ପ୍ରବାସୀ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ଭାରତ ପୂର୍ବରୁ କହିସାରିଛି ଯେ ସେ ସମସ୍ତ ଭାରତୀୟଙ୍କୁ ଫେରାଇ ନେବ ଯେଉଁମାନେ ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଥିଲେ। ନୂତନ ଆମେରିକା ପ୍ରଶାସନ ଦାୟିତ୍ୱ ନେବା ପରେ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଅଂଶଗ୍ରହଣ କରିସାରିଛନ୍ତି ଏବଂ ଟ୍ରମ୍ପ ଏବଂ ମୋଦିଙ୍କ ମଧ୍ୟରେ ଆଲୋଚନାରେ ଏହା ଉପରେ ଆଲୋଚନା ହୋଇଥିଲା। ଏହି ବର୍ଷ ଶେଷରେ ଟ୍ରମ୍ପ କ୍ୱାଡ ନେତା ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତ କରିପାରନ୍ତି ।












Click it and Unblock the Notifications