Get Updates
Get notified of breaking news, exclusive insights, and must-see stories!

୫ ଦିନିଆ ଭାରତ ଗସ୍ତରେ ଚିଲି ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀଙ୍କ ସହ ହେଲା ଗୁରୁତ୍ବପୂର୍ଣ୍ଣ ଆଲୋଚନା…

ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ ଦିନିଆ ଭାରତ ଗସ୍ତରେ ଆସିଥିବା ଚିଲି ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍‍ ଫଣ୍ଡ୍‍ଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଉଭୟ ଦେଶ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ଚୁକ୍ତିନାମାକୁ ସ୍ୱାକ୍ଷର କରିବାର କାର୍ଯ୍ୟସୂଚୀ ରହିଛି । ରାଷ୍ଟ୍ରପତି ଭାବରେ ଏହା ବୋରିକ୍‌ଙ୍କର ପ୍ରଥମ ଭାରତ ଗସ୍ତ।

ରାଷ୍ଟ୍ରପତି ବୋରିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତ-ଚିଲି ସମ୍ପର୍କର ଦିଗ ଗୁଡ଼ିକ ଉପରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ଏକ ବିବୃତ୍ତିରେ ମୋଦି କହିଛନ୍ତି ଯେ, "ଆଜି ଆମେ ଆମର ସମ୍ପୃକ୍ତ ଦଳ ଗୁଡ଼ିକୁ ଏକ ପାରସ୍ପରିକ ଲାଭଦାୟକ ବ୍ୟାପକ ଅର୍ଥନୈତିକ ସହଭାଗୀତା ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛୁ।

ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ସହଭାଗୀତାର ସମ୍ଭାବନା ଅନୁସନ୍ଧାନ କରାଯିବ। ଲାଟିନ୍ ଆମେରିକାରେ ଚିଲିକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ବର୍ଣ୍ଣନା କରି ମୋଦି କହିଛନ୍ତି ଯେ, ଭାରତ ଏହି ଦେଶକୁ ଆଣ୍ଟାର୍କଟିକାର ପ୍ରବେଶ ପଥ ଭାବରେ ଦେଖେ। ଭାରତ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ରେଳବାଇ, ମହାକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଚିଲି ସହିତ ଏହାର ସକାରାତ୍ମକ ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ।

pm modi

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଦିଲ୍ଲୀରେ ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍‌ଙ୍କୁ ଭେଟିଥିଲେ। ଏହି ସମୟରେ, ବୈଦେଶିକ ମନ୍ତ୍ରୀ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, "ଚିଲିର ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଙ୍କୁ ତାଙ୍କର ଭାରତ ଗସ୍ତ ଆରମ୍ଭରେ ଭେଟି ଖୁସି ଲାଗିଲା। ଆମର ଦୀର୍ଘକାଳୀନ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ମୁଁ ପ୍ରଶଂସା କରୁଛି।

ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ମଧ୍ୟ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ। ରାଷ୍ଟ୍ରପତି ବୋରିକ୍ ୫ ଏପ୍ରିଲରେ ଚିଲି ଫେରିବା ପୂର୍ବରୁ ଆଗ୍ରା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ମଧ୍ୟ ଗସ୍ତ କରିବେ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଚିଲି ଏବଂ ଭାରତ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଛି। ଚିଲି ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୨୦୨୦ ତୁଳନାରେ ୨୦୨୪ ମସିହାରେ ୧୫୪୫ କୋଟି ଟଙ୍କାରୁ ୩୮୪୩ କୋଟି ଟଙ୍କାକୁ ବୃଦ୍ଧି ପାଇବାର ଆକଳନ କରାଯାଇଛି ।

ଚିଲିରେ ବିଶ୍ୱର ସର୍ବାଧିକ ଲିଥିୟମ ଗଚ୍ଛିତ ଅଛି। ଚିଲି ଏହାର ଲିଥିୟମ ଉତ୍ପାଦନର ୮୦ ପ୍ରତିଶତ କେବଳ ଚୀନକୁ ରପ୍ତାନି କରେ। ଭାରତ ସହିତ ଚିଲିର ବୃଦ୍ଧି ପାଉଥିବା ସମ୍ପର୍କ ସହିତ ପରିସ୍ଥିତି ପରିବର୍ତ୍ତନ ହୋଇପାରେ। ଚିଲି ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକ ସହିତ ସମ୍ପର୍କକୁ ନୂତନ ଦିଗ ଦେବା ପାଇଁ ଭାରତର ପ୍ରୟାସ ଭାବରେ ମଧ୍ୟ ଦେଖାଯାଉଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+