ଜନସାଧାରଣଙ୍କ କଲ୍ୟାଣ ପାଇଁ କୃତ୍ରିମ ବୁଦ୍ଧିମତାକୁ ବିକଶିତ କରିବାରେ ଭାରତ ପ୍ରତିଶ୍ରୁତିବଦ୍ଧ :ପ୍ରଧାନମନ୍ତ୍ରୀ

ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ନିରନ୍ତର ବିକାଶ ଦିଗରେ ଦ୍ରୁତ ଏବଂ ଅଧିକ ପ୍ରଭାବଶାଳୀ କ୍ଷେତ୍ର ପ୍ରସ୍ତୁତ କରିବାରେ କୃତ୍ରିମ ବୁଦ୍ଧିମତାର ସାମର୍ଥ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ୟାରିସ୍‍ରେ ଆୟୋଜିତ କୃତ୍ରିମ ବୁଦ୍ଧିମତା ଶିଖର ସମ୍ମିଳନୀରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‍ ମାକ୍ରନ୍‍ଙ୍କ ସହିତ ସହ- ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଭବିଷ୍ୟତର ଚାବିକାଠି ମଣିଷ ପାଖରେ ରହିଛି ।

ଏହାର ବିକାଶକୁ ଦାୟିତ୍ୱପୂର୍ଣ୍ଣ ଭାବରେ ଆକାର ଦେବା ଏବଂ ବୈଷୟିକ ପ୍ରଗତିକୁ ନୈତିକ ଓ ସାମାଜିକ କଲ୍ୟାଣ ସହିତ ଯୋଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱ ନେତାଙ୍କୁ ଆହ୍ୱାନ ଦେଇଛନ୍ତି । ଭାରତରେ କୃତ୍ରିମ ବୁଦ୍ଧିମତାର ଉପଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଡିଜିଟାଲ୍‍ ସାର୍ବଜନୀନ ଭିତ୍ତିଭୂମି ଡି.ପି.ଆଇ. ମାଧ୍ୟମରେ ସର୍ବନିମ୍ନ ଖର୍ଚ୍ଚରେ ୧୪୦ କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିପାରିଛି ।

pm modi

ଡାଟା ସଶକ୍ତିକରଣ ଏବଂ ସୁରକ୍ଷା ଢାଞ୍ଚା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ ଡିଜିଟାଲ୍‍ ବାଣିଜ୍ୟକୁ ଗଣତାନ୍ତ୍ରିକ ଏବଂ ସୁଲଭ କରିବା ଦିଗରେ ଡାଟାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଭାରତର ଜାତୀୟ କୃତ୍ରିମ ବୁଦ୍ଧିମତା ମିଶନ୍‍ର ଏହା ଭିତ୍ତିଭୂମି ବୋଲି ସେ କହିଛନ୍ତି । ଜନସାଧାରଣଙ୍କ କଲ୍ୟାଣ ପାଇଁ କୃତ୍ରିମ ବୁଦ୍ଧିମତାକୁ ବିକଶିତ କରିବାରେ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+