PM Modi 75 Years: 'ସୁସ୍ଥ ନାରୀ ସଶକ୍ତ ପରିବାର', ଏକ ପେଡ୍ ମା କେ ନାମ ଅଧୀନରେ ୭୫ ଲକ୍ଷ ଚାରା ରୋପଣ ଅଭିଯାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଭାଜପା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରୁ ସାରା ଦେଶରେ ସ୍ବାସ୍ଥ୍ୟ ଓ ପୋଷଣ ଅଭିଯାନ ପକ୍ଷ ଆରମ୍ଭ କରିବେ। ସେ ଧର୍‌ରୁ 'ସୁସ୍ଥ ନାରୀ ସଶକ୍ତ ପରିବାର' ଏବଂ ଅଷ୍ଟମ ଜାତୀୟ ପୋଷଣ ମାସର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଅନ୍ୟ କେତେକ ବିକାଶମୂଳକ ପଦକ୍ଷେପ ଉନ୍ମୋଚନ କରିବା ସହ ଏକ ଜନସଭାକୁ ମଧ୍ୟ ଉଦ୍‌ବୋଧନ ଦେବେ ବୋଲି ସରକାରୀ ବିବୃତିରେ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଏବଂ "ଏକ ପେଡ୍ ମା କେ ନାମ" ଦ୍ୱିତୀୟ ସଂସ୍କରଣ ଅଭିଯାନ ଅନ୍ତର୍ଗତ ସାରା ଦେଶରେ ୧.୫ କୋଟି ଚାରା ରୋପଣ କରାଯିବାକୁ ଥିବା ବେଳେ ଓଡିଶା ସରକାର ରାଜ୍ୟର କୋଣ ଅନୁକୋଣରେ ଏକକାଳୀନ ରେକର୍ଡ ୭୫ ଲକ୍ଷ ଚାରା ରୋପଣ କରି ଓଡିଶାକୁ ସବୁଜ-ସୁନ୍ଦର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଗତବର୍ଷ ଓଡ଼ିଶା "ଏକ ପେଡ୍ ମା କେ ନାମ" ପ୍ରଥମ ସଂସ୍କରଣ ଅଭିଯାନ ଅନ୍ତର୍ଗତ ୬.୭୨ କୋଟି ଚାରା ରୋପଣ ସହିତ ସମଗ୍ର ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ଚଳିତ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ୭.୫ କୋଟି ବୃକ୍ଷ ରୋପଣର ଲକ୍ଷ ଧାର୍ଯ୍ୟ କରିଛନ୍ତି ।

ସର୍ବବୃହତ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ଦେଶର ମହିଳା ଓ ଶିଶୁମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ୧ ଲକ୍ଷରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ। ଦେଶବ୍ୟାପୀ ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଦୈନିକ ସ୍ବାସ୍ଥ୍ୟ କ୍ୟାମ୍ପ୍‌ ଅନୁଷ୍ଠିତ ହେବ। ଭାଜପାର ସଂଗଠନ ସାରା ଦେଶରେ ରକ୍ତଦାନ ଏବଂ ସ୍ବାସ୍ଥ୍ୟ ଶିବିର ସମେତ ଏଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବ। ଶାସକ ଦଳ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ 'ସେବା ପକ୍ଷ' ପାଳନ କରିବାକୁ ଥିବାବେଳେ ଉପରୋକ୍ତ କାର୍ଯ୍ୟକ୍ରମଗୁଡ଼ିକ ଏହାର ଅଂଶବିଶେଷ। ଏହି ସମୟ ମଧ୍ୟରେ ଭାରତ ନିର୍ମିତ ସାମଗ୍ରୀଗୁଡ଼ିକର ପ୍ରଚାର ପ୍ରସାର କରାଯିବା ସହ 'ମୋଦି ବିକାଶ ମାରାଥନ୍‌', ବିକଶିତ ଭାରତ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା, ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନାଚକ୍ର, ରକ୍ତଦାନ ଏବଂ ଚିକିତ୍ସା ଶିବିର, ସ୍ବଚ୍ଛତା ଅଭିଯାନ ଆୟୋଜିତ ହେବ। ଏଥିରେ ଦଳୀୟ ସଂଗଠନ ସମେତ କେନ୍ଦ୍ର ସରକାର କିମ୍ବା ଭାଜପା କ୍ଷମତାରେ ଥିବା ରାଜ୍ୟ ସାମିଲ ହେବେ।

PM Modi 75 Years

ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଏଭଳି କେତେକ ପଦକ୍ଷେପ ଶୁଭାରମ୍ଭ କରିବେ। ଧର୍‌ରେ ମୋଦି 'ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା'ରେ ପାଖାପାଖି ୧୦ ଲକ୍ଷ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପାଣ୍ଠି ପଠାଇବେ। ଏଥିସହିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଉପରେ ସଚେତନତା ପାଇଁ ପ୍ରଧାନମନ୍ତ୍ରୀ 'ସୁମନ ସାଖି ଚାଟ୍‌ବୋଟ୍‌' ଉନ୍ମୋଚନ କରିବେ। ଉକ୍ତ ଚାଟ୍‌ବୋର୍ଟ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାମାନଙ୍କୁ ଠିକ୍‌ ସମୟରେ ଠିକ୍‌ ତଥ୍ୟ ପ୍ରଦାନ କରିବା ସହ ଜରୁରୀ ସ୍ବାସ୍ଥ୍ୟସେବା ପାଇବାକୁ ସୁନିଶ୍ଚିତ କରାଇବ। ସିକଲ୍‌ ସେଲ୍‌ ଆନେମିଆ ବିରୋଧରେ ଅଭିଯାନର ଅଂଶ ସ୍ବରୂପ ମୋଦି ମଧ୍ୟପ୍ରଦେଶରେ ୧୦ ନିୟୁତତମ ସିକଲ୍‌ ସେଲ୍‌ ସ୍କ୍ରିନିଂ ଆଣ୍ଡ କାଉନ୍‌ସେଲିଂ କାର୍ଡ ପ୍ରଦାନ କରିବେ। 'ଆଦି କର୍ମଯୋଗୀ ଅଭିଯାନ'ରେ ମୋଦି ଉକ୍ତ ରାଜ୍ୟରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବେ ଯାହା ଆଦିବାସୀ ଗୌରବ ଏବଂ ରାଷ୍ଟ୍ରଗଠନ ଭାବନାର ସଙ୍ଗମର ପ୍ରତୀକ ହେବ।

ଏଥିରେ ଆଦିବାସୀ ଅଞ୍ଚଳଗୁଡ଼ିକରେ ଅନେକ ସେବାମୂଳକ କାର୍ଯ୍ୟକ୍ରମ ରହିବ, ଯେଉଁଥିରେ ସ୍ବାସ୍ଥ୍ୟ, ଶିକ୍ଷା, ପୋଷଣ, ଦକ୍ଷତା ବିକାଶ, ଜୀବନଶୈଳୀରେ ଉନ୍ନତି, ପରିମଳ, ଜଳ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ବିବୃତିରେ କୁହାଯାଇଛି। ଫାର୍ମରୁ ଫାଇବର, ଫାଇବରରୁ ଫ୍ୟାକ୍ଟ୍ରି, ଫ୍ୟାକ୍ଟ୍ରିରୁ ଫ୍ୟାଶନ ଏବଂ ଫ୍ୟାଶନରୁ ଫରେନ୍‌- ପ୍ରଧାନମନ୍ତ୍ରୀଙ୍କ ୫ଏଫ୍‌ ଦୃଷ୍ଟିଭଙ୍ଗୀ ଅନୁଯାୟୀ, ସେ ଧର୍‌ରେ ପିଏମ୍‌ ମିତ୍ର ପାର୍କ ଉଦ୍‌ଘାଟନ କରିବେ। ୨,୧୫୦ ଏକରରୁ ଊର୍ଦ୍ଧ୍ୱ ଜମିରେ ପରିବ୍ୟାପ୍ତ ଏହି ପାର୍କରେ ବିଶ୍ୱ ଶ୍ରେଣୀର ସୁବିଧା ଯଥା ସାଧାରଣ ଉପଶିଷ୍ଟ ଉପଚାର ପ୍ଲାଣ୍ଟ, ସୌରଶକ୍ତି ପ୍ଲାଣ୍ଟ, ଆଧୁନିକ ରାସ୍ତା ଆଦି ରହିବ, ଯାହା ଏହାକୁ ଏକ ଆଦର୍ଶ ଶିଳ୍ପାଞ୍ଚଳ ସହରରେ ପରିଣତ କରିବ। ଏହା ଉକ୍ତ ଅଞ୍ଚଳର କପାଚାଷୀଙ୍କ ଉତ୍ପାଦକୁ ଅଧିକ ମୂଲ୍ୟ ପ୍ରଦାନ କରିବା ସହ ସେମାନଙ୍କ ଆୟ ବଢ଼ାଇବ। ଟେକ୍ସଟାଇଲ୍‌ କମ୍ପାନୀଗୁଡ଼ିକ ଏଥିରେ ୨୩,୧୪୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ପାଖାପାଖି ୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ଓ ରପ୍ତାନିରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥାନ୍ତି। ଗତବର୍ଷ ସେ ଓଡ଼ିଶାରେ ଥିଲେ ଓ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିସହିତ ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲଞ୍ଚ୍‌ କରିଥିଲେ। ବୁଧବାର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କ ସଂଦଦୀୟ ଆସନ ବାରାଣସୀରେ ପୌର ନିଗମ ପକ୍ଷରୁ ୧୧୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+