PM Modi@72 : ହାତରେ ଟାଟୁ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବାରାଣାସୀର ଶତାଧିକ ଯୁବକ

ବାରଣାସୀରେ ଶହେରୁ ଅଧିକ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ରକୁ ନିଜ ହାତରେ ଟାଟୁ କରିଛନ୍ତି।

ବାରଣାସୀ: ଆଜି ପିଏମ ମୋଦିଙ୍କ ଜନ୍ମଦିନରେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟଟୁଥିବା ଦେଖାଦେଇଛି । କିଏ ପିଏମଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ବ୍ୟଞ୍ଜନର ଆୟୋଜନ କରୁଥିବା ବେଳେ କିଏ ବାଲୁକା କଳାରେ ଶୁଭକାମନା ଜଣାଉଛି । ଏହି ଅବସରରେ ବାରଣାସୀରେ ଶହେରୁ ଅଧିକ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ରକୁ ନିଜ ହାତରେ ଟାଟୁ କରିଛନ୍ତି। ଯୁବକମାନେ ମୋଦୀଙ୍କ ଚିତ୍ର ଏବଂ 'ହର ହର ମୋଦୀ' ଟାଟୁ କରିଥିଲେ।

tatoo

ଟାଟୁ ନିର୍ମାତାଙ୍କ କହିବା ଅନୁସାରେ, "ଗତ ଦୁଇ ଦିନ ଧରି ଯୁବକମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ନେଇ କିଛି ଭିନ୍ନ କରିବା ପାଇଁ ଇଚ୍ଛା କରିଥିଲେ । ତେଣୁ ନିଜ ହାତରେ ମୋଦିଙ୍କ ଟାଟୁ ତିଆରି କରି ହର ହର ମୋଦି ଲେଖିଥିଲେ। ଦୁଇ ଦିନ ମଧ୍ୟରେ ଶତାଧିକ ଯୁବକ ଏପରି ଟାଟୁ କରିଥିଲେ। " ଖୁବ ଆନନ୍ଦରେ ଯୁବକମାନେ ପିଏମ ମୋଦିଙ୍କ ପାଇଁ ଟାଟୁ କରୁଥିବା ନଜର ଆସିଥିଲେ ।

ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ବାରଣାସୀର ସାଂସଦ ହୋଇଥିବାରୁ ଆମେ ଗର୍ବିତ ବୋଲି ଟାଟୁ କରୁଥିବା ଯୁବକ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିବାକୁ ବିଜେପି କର୍ମୀମାନେ ଉତ୍ସାହିତ ଅଛନ୍ତି। ଆମେ ଏହି ଟାଟୁ ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦ୍ୟଶରେ ଆମର ସମ୍ମାନ ଓ ପ୍ରେମ ପ୍ରକାଶ କରିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+