ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ: ୨୦୧୯ରେ କରିଥିଲେ ଆକଳନ, ୨୦୨୩ରେ ହେଲା ସତ
ନୂଆଦିଲ୍ଲୀ: ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ । ୨୦୧୯ରେ ମୋହ୍ ଯାହା ଆକଳନ କରିଥିଲେ, ଆଜି ୨୦୨୩ରେ ତାହା ସତ ହୋଇଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥରେ ପ୍ରଧାନମନ୍ତ୍ରୀ ମୋଦି ଭବିଷ୍ୟବାଣୀ କରିଥିବା ଦାବି ହେଉଛି ।
ତେବେ ଭିଡିଓଟି ୨୦୧୯ର ହୋଇଥିବା ବେଳେ ମୋଦି ଏଥିରେ ବିରୋଧୀ ୨୦୨୩ରେ ତାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି କହୁଥିବା ଦେଖିବାକୁ ଓ ଶୁଣିବାକୁ ମିଳୁଛି । ମୋଦିଙ୍କ ୨୦୧୯ ଆକଳନ ଅନୁଯାୟୀ ବିରୋଧୀ ୨୦୨୩ରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ତେଣୁ ମୋଦିଙ୍କ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୂଚନାଥାଉ କି, ଲୋକସଭାରେ ମଣିପୁର ହିଂସାକୁ ନେଇ ନରେନ୍ଦ୍ର ମୋଦି ସରକାର ବିରୋଧରେ ଦୁଇଟି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । କଂଗ୍ରେସ ଓ ବିଆରଏସ୍ ପକ୍ଷରୁ ଏନଡିଏ ସରକାର ବିରୋଧରେ ଏପରି ପ୍ରସ୍ତାବ ଦିଆଯାଇଛି । ଲୋକସଭା ବାଚସ୍ପତି ଓମ ବିର୍ଲା କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବା ପରେ ଖୁବଶୀଘ୍ର ଏହା ଉପରେ ଆଲୋଚନା ପାଇଁ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ।
ତେବେ ଉକ୍ତ ଭିଡ଼ିଓଟି ୭ ଫେବୃଆରୀ ୨୦୧୯ର ବଜେଟ୍ ଅଧିବେଶନର । ଯେଉଥିରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ କହୁଥିବା ଶୁଣିବାକୁ ମିଳୁଛି । ମୋଦି ସେହି ଭିଡ଼ିଓରେ କହୁଛନ୍ତି ଯେ, ବିରୋଧୀମାନେ ୨୦୨୩ରେ ଆଉ ଏକ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତ ହୁଅନ୍ତୁ । ବର୍ଷକ ତଳେ ତାଙ୍କ ସରକାର ଏଭଳି ଏକ ପ୍ରସ୍ତାବକୁ ପରାସ୍ତ କରିଥିବା କଥା ସେ ଉଲ୍ଲେଖ କରିଥିଲେ ।
ତେବେ ଲୋକସଭାରେ ଶାସକ ଦଳ ସାଂସଦ ଏହାକୁ ଶୁଣିବା ପରେ ଠୋ ଠୋ ହୋଇ ହସୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ମୁଁ ମୋର ଶୁଭେଚ୍ଛା ଜଣାଇବାକୁ ଚାହୁଁଛି...ଏବେ ପ୍ରସ୍ତୁତ ରୁହ ଯେ ଆପଣଙ୍କୁ ୨୦୨୩ରେ ପୁଣି ଥରେ ଅନାସ୍ଥା ଆଣିବାର ସୁଯୋଗ ମିଳିବ । ଏ ହେଉଛି ସମର୍ପଣ ଭାବ (ସେବା) ଯେ ଦୁଇଟି ସାଂସଦରୁ ଆମେ ଏଠାରେ ସରକାରରେ ବସିଛୁ। ଆଉ ଅହଂକାରର ପରିଣାମ ହେଉଛି ୪୦୦ରୁ ଆପଣ ୪୦କୁ ଖସି ଆସିଛନ୍ତି। ସେ କଂଗ୍ରେସର ନା ନ ନେଇ କଟାକ୍ଷ କରି କହିଛନ୍ତି, "ଦେଖନ୍ତୁ ଆଜି ଆପଣ କେଉଁଠି ଅଛନ୍ତି"।
PM Modi before 2019 Lok Sabha elxn predicted that Congress will bring No Confidence Motion in 2023.
His prediction was spot on pic.twitter.com/1lfaO54kHO
— Ankur Singh (@iAnkurSingh) July 25, 2023
ଉଲ୍ଲେଖଥାଉ କି, ୨୦୧୮ରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଦିନ ତମାମ ଏହା ଉପରେ ବିତର୍କ ହେବା ପରେ ଭୋଟ ଗ୍ରହଣ ହୋଇଥିଲା । ସରକାର ମଧ୍ୟ ବେଶ ସହଜରେ ନିଜର ବହୁମତର ପରୀକ୍ଷା ଦେଇଥିଲେ ।
-
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର












Click it and Unblock the Notifications