ନେହେରୁଙ୍କ ଚିଠି ଫେରାଇବାକୁ ରାହୁଲଙ୍କୁ ଚିଠି ଲେଖିଲା PMML
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (ପିଏମ୍ଏମ୍ଏଲ୍) ପକ୍ଷରୁ ଆନୁଷ୍ଠାନିକ ଭାବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଲିଖିତ ବ୍ୟକ୍ତିଗତ ଚିଠିକୁ ଫେରସ୍ତ ପାଇଁ ଅନୁରୋଧ କରାଯାଇଛି। ଯାହା ୨୦୦୮ ମସିହାରେ ୟୁପିଏ ଶାସନ ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିଲା। ପିଏମ୍ଏମ୍ଏଲ୍ ଏକ ଚିଠି ଲେଖି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଉକ୍ତ ଚିଠି ଫେରସ୍ତ କରିବାକୁ କହିଛି। ଜବାହାରଲାଲ ନେହରୁ ମେମୋରିଆଲ ୧୯୭୧ ମସିହାରେ ନେହରୁ ମେମୋରିଆଲ ମ୍ୟୁଜିଅମ ଓ ଲାଇବ୍ରେରି ଅର୍ଥାତ ଏବେକାର PMMLକୁ ଏହି ସବୁ ଚିଠି ପ୍ରଦାନ କରିଥିଲା।

ୟୁପିଏ ଶାସନ କାଳ ସମୟରେ ୨୦୦୮ ମସିହାରେ ୫୧ ଡବାରେ ଭର୍ତ୍ତି ହୋଇଥିବା ନେହରୁଙ୍କ ଚିଠି ସୋନିଆ ଗାନ୍ଧିଙ୍କୁ ଦିଆଯାଇଥିଲା। ଉକ୍ତ ଚିଠିଗୁଡ଼ିକ ନେହରୁ ମାଉଣ୍ଟବେଣ୍ଟନ, ଅଲବର୍ଟ ଆଇନଷ୍ଟାଇନ୍, ଜୟପ୍ରକାଶ ନାରାୟଣ, ପଦ୍ମଜା ନାୟଡୁ, ବିଜୟାଲକ୍ଷ୍ମୀ ପଣ୍ଡିତଙ୍କ ପରି ମାଣ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ସବୁ ଚିଠି ଲେଖିଥିଲେ। ଗତ ୧୦ ତାରିଖରେ ରିଜୱାନ କାଦରୀ ରାହୁଲ ଗାନ୍ଧିଙ୍କୁ ପତ୍ର ଲେଖି ଏହି ସବୁ ଚିଠି ଫେରସ୍ତ କରିବାକୁ ଜଣାଇଛନ୍ତି। ଏହା ପୂର୍ବରୁ ଗତ ସେପ୍ଟେମ୍ବରରେ ସୋନିଆ ଗାନ୍ଧିଙ୍କୁ ବି ସେ ଚିଠି ଲେଖିଥିଲେ । ମାତ୍ର କୌଣସି ପ୍ରତ୍ୟୁତ୍ତର ପାଇ ନାହାନ୍ତି। ଏବେ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ସୋନିଆଙ୍କ ନିକଟରୁ ଅରିଜିନାଲ ପତ୍ର ଫେରସ୍ତ ପାଇଁ କୁହାଯାଇଛି। ଏହା ସମ୍ଭବ ନ ହେଲେ ଉକ୍ତ ପତ୍ରଗୁଡ଼ିକର ଫଟୋ କପି ଦେବାକୁ କୁହାଯାଇଛି।












Click it and Unblock the Notifications