ପ୍ରଧାନମନ୍ତ୍ରୀ ମୋଦୀ ଦେଖାଇଲେ ବଡପଣ ,ରାମପାଲଙ୍କୁ ପିନ୍ଧାଇଦେଲେ ଜୋତା
ବଡପଣ ଦେଖାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ହରିୟାଣାରେ ଜିତିଲେ ହୃଦୟ । ଜଣେ ସାଧାରଣ ଲୋକଙ୍କୁ ଜୋତା ପିନ୍ଧାଇ ଦେଇ ଆଜି କୋଟି କୋଟି ଭାରତୀୟଙ୍କ ଆଖିରେ ପୁଣି ନିଜ ବଡପଣର ପରିଚୟ ଦେଅଛନ୍ତି ମୋଦୀ । ଆଉ ହରିୟାଣା ସମେତ ସାରା ଦେଶ ଦେଖିଛି ପ୍ରଧାନମନ୍ତ୍ରୀଙ୍କ ବିଶାଳ ହୃଦୟକୁ । ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ଆଜି ମୋତେ ହରିୟାଣାର ଯମୁନାନଗରର କୈଥଲର ରାମପାଲ କଶ୍ୟପଙ୍କୁ ଭେଟିବାର ସୌଭାଗ୍ୟ ମିଳିଲା।' ସେ ୧୪ ବର୍ଷ ପୂର୍ବେ ପ୍ରତିଜ୍ଞା କରିଥିଲେ ଯେ 'ମୋଦୀ ପ୍ରଧାନମନ୍ତ୍ରୀ ନହେବା ପର୍ଯ୍ୟନ୍ତ କିମ୍ବା ତାଙ୍କ ସହିତ ସାକ୍ଷାତ ନହେବା ପର୍ଯ୍ୟନ୍ତ ମୁଁ ଜୋତା ପିନ୍ଧିବି ନାହିଁ।' ଆଜି ମୁଁ ତାଙ୍କୁ ଜୋତା ପିନ୍ଧିବାରେ ସାହାଯ୍ୟ କରିବାର ସୁଯୋଗ ପାଇଲି। ମୁଁ ଏପରି ସମସ୍ତ ବନ୍ଧୁଙ୍କ ଭାବନାକୁ ସମ୍ମାନ ଦିଏ, କିନ୍ତୁ ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ଏପରି ପ୍ରତିଜ୍ଞା ନେବା ପରିବର୍ତ୍ତେ, ସେମାନେ କିଛି ସାମାଜିକ କିମ୍ବା ଦେଶହିତରେ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରନ୍ତୁ।

ତେବେ ହରିୟାଣା କେଥଲର ରାମପାଲ କଶ୍ୟପ ଯିଏ କି ୧୪ ବର୍ଷ ତଳେ ମୋଦୀଙ୍କ ପାଇଁ ଜୋତା ପିନ୍ଧିବା ଛାଡି ଦେଇଥିଲେ । ଯେଯାଏଁ ମୋଦୀ ଦେଶର ପ୍ରଧାନମନ୍ତ୍ରୀ ନହୋଇଛନ୍ତି ସେ ଯାଏଁ ସେ ଜୋତା ପିନ୍ଧିବେ ନାହିଁ ବୋଲି ଶପଥ ନେଇଥିଲେ ଏବଂ ସେବେଠାରୁ ସେ ଖାଲି ପାଦରେ ଥିଲେ ଆଉ ଆଜି ମୋଦୀଙ୍କୁ ଭେଟିବା ପରେ ନିଜେ ମୋଦୀ ତାଙ୍କୁ ଜୋତା ପିନ୍ଧାଇ ଦେଇ ସବୁ ଦିନ ଜୋତା ପିନ୍ଧିବାକୁ କହିଛନ୍ତି ।
ମୋଦୀଙ୍କ ସହ ରାମପାଲ କଥା ହେବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦେଖା କରିବା ତାଙ୍କ ସ୍ବପ୍ନ ଥିଲା ବୋଲି ସେ କହିଥିଲେ ତେବେ ମୋଦୀ ନିଜେ ତାଙ୍କୁ ଏକ ନୂଆ ଜୋତା ଦେଇ ଆଜିଠାକୁ କେବେ ବି ଖାଲି ପାଦରେ ନରଖିବାକୁ ପରାମର୍ଶ ଦେଇଥିଲେ ଏବଂ ନିଜେ ଜୋତା ନେଇ ତାଙ୍କୁ ପିନ୍ଧିବାକୁ କହିଥିଲେ । ଏହି ଅବସରରେ ମୋଦୀଙ୍କ ବଡପଣ ଦେଖିଥିଲା ଦେଶ ।












Click it and Unblock the Notifications