Get Updates
Get notified of breaking news, exclusive insights, and must-see stories!

ବ୍ରିଟେନ୍‍ -ମାଳଦ୍ୱୀପକୁ ୪ ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ,ମୁକ୍ତ ବ୍ୟାପାର ବୁଝାମଣା ନେଇ ହେବ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜିଠାରୁ ବ୍ରିଟେନ୍‍ ଏବଂ ମାଳଦ୍ୱୀପକୁ ୪ଦିନିଆ ଗସ୍ତ ଆରମ୍ଭ ହୋଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ସନ୍ଧ୍ୟାରେ ଶ୍ରୀ ମୋଦୀ ଲଣ୍ଡନଠାରେ ପହଞ୍ôଚବେ । ଭାରତ-ବ୍ରିଟେନ୍‍ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ କିର୍‍ ଷ୍ଟାର୍‍ମର୍‍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଏହି ଗସ୍ତରେ ଯାଉଛନ୍ତି । ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତବିନିମୟ ହେବ ।

ବ୍ରିଟେନ୍‍ରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ବ୍ରିକମ କୁମାର ଦୋରାଇସ୍ୱାମୀ କହିଛନ୍ତି ଭବିଷ୍ୟତରେ ବ୍ରିଟେନ୍‍ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାରେ ଶ୍ରୀ ମୋଦୀଙ୍କର ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କିଙ୍ଗ୍‍ ଚାର୍ଲସ୍‍ ତୃତୀୟଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ଏହା ବ୍ରିଟେନ୍‍କୁ ଚତୁର୍ଥ ଗସ୍ତ ।

Narendra modi

ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୨୫ ତାରିଖରୁ ପ୍ରଧାନମନ୍ତ୍ରୀ ଦୁଇଦିନିଆ ମାଳଦୀପକୁ ଗସ୍ତରେ ଯିବେ । ମାଳଦୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଏହି ଗସ୍ତରେ ଯିବା ସହ ମାଳଦୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଏହି ଅବସରରେ ମାଳଦୀପ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+