ତାମିଲନାଡ଼ୁରେ ୪୪୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ଣରେ ତାମିଲନାଡ଼ୁର ମଦୁରାଇଠାରେ ୪ ହଜାର ୪ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସେଥିମଧ୍ୟରେ କୁମ୍ବାକୋଣାମ୍, ୟେର୍କଡ ଓ ଭେଲୋରଠାରେ ୩ଟି ନୂତନ ଆକାଶବାଣୀ ଏଫ୍.ଏମ୍. ରିଲେ ଟ୍ରାନ୍ସମିଟର ସ୍ଥାପନ ପ୍ରକଳ୍ପ ଅନ୍ତର୍ଭୁକ୍ତ ।
ଏହି ଟ୍ରାନ୍ସମିଟରଗୁଡ଼ିକ ମାଧ୍ୟମରେ ଆଞ୍ଚଳିକ ପ୍ରସାରଣ ସମ୍ପ୍ରସାରିତ ହେବା ସହ ନିରବଚ୍ଛିନ୍ନ ଏଫ୍.ଏମ୍. ପ୍ରସାରଣ ସୁନିଶ୍ଚିତ କରାଯାଇପାରିବ । ଏହି ଅବସରରେ ଏନ୍.ଡି.ଏ. ପକ୍ଷରୁ ସେଠାରେ ଆୟୋଜିତ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ତାମିଲନାଡ଼ୁର ବିକାଶ ଯାତ୍ରାରେ ଏକ ଗର୍ବର ଅଧ୍ୟାୟ ଯୋଡ଼ିହୋଇ ଯାଇଛି ।

ସଂଯୋଗୀକରଣ ବ୍ୟବସ୍ଥାର ରୂପାନ୍ତରୀକରଣ, ଅର୍ଥନୀତିକୁ ପ୍ରୋତ୍ସାହନ, ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହିତ ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରିବ । ଏତଦ୍ବ୍ୟତୀତ କୃଷକମାନେ ବଜାରରେ ନିଜର ଉତ୍ପାଦ ପହଞ୍ଚାଇବା, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ତଥା ବ୍ୟବସାୟ ଲାଗି ଦ୍ରୁତ ଗମନାଗମନ ବ୍ୟବସ୍ଥା ଆଦି ଏହିସବୁ ପ୍ରକଳ୍ପଦ୍ୱାରା ଅଧିକ ସୁଗମ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications