୨୦୦୦ ରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଦେଶ ତମାମ ୨ ହଜାରରୁ ଅଧିକ ରେଳ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଛି । ଭିସି ଜରିଆରେ ଉଦ୍ଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫୫୩ ଷ୍ଟେସନର ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ।
ନବୀକରଣ ହୋଇଥିବା ଗୋମତିନଗର ଷ୍ଟେସନର ଉଦ୍ଘାଟନ କଲେ ମୋଦି । ୧୫ଶହରୁ ଅଧିକ ଓଭରବ୍ରିଜ୍ ଓ ଗଳାପୋଲର ଶିଳାନ୍ୟାସ କଲେ । ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ୨୧ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ । ଓଡ଼ିଶାରେ ୫୦ରୁ ଅଧିକ ଓଭରବ୍ରିଜ୍ ତଥା ଗଳାପୋଲର ଶିଳାନ୍ୟାସ କଲେ ମୋଦୀ।

ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ଉପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଗୁରୁତ୍ୱାରୋପ କରିଛନ୍ତି । ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୫୫୩ ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ । ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନଗୁଡ଼ିକୁ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ। ଏହି ଷ୍ଟେସନଗୁଡ଼ିକ ସହରର ଉଭୟ ପାର୍ଶ୍ୱକୁ ମିଶାଇ 'ସିଟି ସେଣ୍ଟର' ଭାବେ କାର୍ଯ୍ୟ କରିବ।
ଏଥିରେ ରୁଫ୍ ପ୍ଲାଜା, ସୁନ୍ଦର ଲ୍ୟାଣ୍ଡସ୍କେପିଂ, ଇଣ୍ଟର ମୋଡାଲ କନେକ୍ଟିଭିଟି, ଉନ୍ନତ ଆଧୁନିକ ପ୍ଲାଟଫର୍ମ, କିଡ୍ସ ପ୍ଲେ ଏରିଆ, କିଓସ୍କ, ଫୁଡ୍ କୋର୍ଟ ଆଦି ଅତ୍ୟାଧୁନିକ ଯାତ୍ରୀ ସୁବିଧା ଉପଲବ୍ଧ ହେବ। ଏହାକୁ ପରିବେଶ ଅନୁକୂଳ ଏବଂ ଦିବ୍ୟାଙ୍ଗ ଅନୁକୂଳ ଭାବେ ପୁନଃବିକଶିତ କରାଯିବ। ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟ ରୁ ପ୍ରେରିତ ହୋଇ ଏହି ଷ୍ଟେସନ ଗୁଡ଼ିକର ଡିଜାଇନ୍ ପ୍ରସ୍ତୁତ କରାଯିବ।
ଭିତ୍ତିଭୂମି ଦୃଷ୍ଟିରୁ ତାଳଚେର, ଅନୁଗୋଳ ସମେତ ଓଡ଼ିଶାକୁ ଅଗ୍ରଣୀ ଅଞ୍ଚଳ କରିବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହୋଇଥିବା ବେଳେ ଏହି ସମୟରେ ଆମର ଦାୟିତ୍ୱ ହେଉଛି, ତାଳଚେର ଓ ଅନୁଗୋଳକୁ ସବୁ ଦୃଷ୍ଟିରୁ ବଡ଼ କରିବା । ଅଭିମାନ ଓ ସ୍ୱାଭିମାନ ପାଇଁ ଆମ ପୂର୍ବପୁରୁଷମାନେ ଯେଉଁ ଲଢେଇ କରିଥିଲେ, ସେହି ପରମ୍ପରାକୁ ବଜାୟ ରଖିବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।












Click it and Unblock the Notifications