PM Kisan Yojana Update: ଏଣିକି ଏହି ରାଜ୍ୟରେ ଚାଷୀଙ୍କୁ ମିଳିବ ୯ ହଜାର ଟଙ୍କା
PM Kisan Yojana Update: ଭାରତ ଏକ କୃଷି ପ୍ରଧାନ ଦେଶ। ଆଜିକା ତାରିଖରେ ଜୀବିକା ନିର୍ବାହ ପାଇଁ ଦେଶର ୫୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି । ଭାରତ ସରକାର ମଧ୍ୟ ଦେଶର କୃଷକମାନଙ୍କ ଲାଭ ପାଇଁ ସମୟ ସମୟରେ ବିଭିନ୍ନ ପ୍ରକାରର ଯୋଜନା ଆଣିଥାଆନ୍ତି। ଦେଶରେ ଏପରି ଅନେକ ଚାଷୀ ଅଛନ୍ତି। ଯିଏ ଆର୍ଥିକ ଦୃଷ୍ଟିରୁ ବହୁତ ଧନୀ ନୁହଁନ୍ତି।ଏହିପରି ଚାଷୀମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ଆର୍ଥିକ ସୁବିଧା ଯୋଗାଇ ଦିଆଯାଇଥାଏ । ସରକାର ଏଥିପାଇଁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ।
ଏହି ଯୋଜନା ମାଧ୍ୟମରେ ସରକାର ଚାଷୀମାନଙ୍କୁ ବାର୍ଷିକ 6000 ଟଙ୍କା ପ୍ରଦାନ କରନ୍ତି । ଚାଷୀମାନଙ୍କୁ ଏହି ଟଙ୍କା ତିନିଟି କିସ୍ତିରେ ମିଳିଥାଏ କିନ୍ତୁ ଏବେ ଏହି ଯୋଜନା ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସୁଛି। ଭାରତର ଏହି ରାଜ୍ୟର ଚାଷୀମାନଙ୍କୁ କିଷାନ ଯୋଜନାରେ 6000 ଟଙ୍କା ବଦଳରେ 9000 ଟଙ୍କା ମିଳିବ।
ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ କରିବା ପରେ ଅନେକ ବଡ଼ ବଡ଼ ପ୍ରକଳ୍ପର ଆରମ୍ଭ କରିଛି । ଏବେ ଦିଲ୍ଲୀର ଲୋକମାନେ ମାଗଣା ସ୍ୱାସ୍ଥ୍ୟ ଯୋଜନାର ଲାଭ ଉଠାଇପାରିବେ। ମହିଳାମାନେ ପ୍ରତି ମାସରେ 2500 ଟଙ୍କା ପାଇବେ। ବର୍ତ୍ତମାନ ଚାଷୀଙ୍କ ପାଇଁ ମଧ୍ୟ ରହିଛି ଖୁସି ଖବର ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ, ଦିଲ୍ଲୀର ଚାଷୀମାନଙ୍କୁ ବାର୍ଷିକ 6000 ଟଙ୍କା ପରିବର୍ତ୍ତେ 9000 ଟଙ୍କା ଦିଆଯିବ। ଯେଉଁଥିରେ 2000 ଟଙ୍କା କିସ୍ତି ପରିବର୍ତ୍ତେ ପ୍ରତ୍ୟେକ କିସ୍ତି 3000 ଟଙ୍କା ହେବ, ଅର୍ଥାତ୍ ଦିଲ୍ଲୀର ଚାଷୀମାନଙ୍କୁ ମୋଟ 9000 ଟଙ୍କା ଲାଭ ମିଳିବ। ହେଲେ ନେଇ ବର୍ତ୍ତମାନ କୌଣସି ସରକାରୀ ସୂଚନା ଜାରି କରାଯାଇ ନାହିଁ ।












Click it and Unblock the Notifications