କିଷାନ ସମ୍ମିଳନୀ 2022: 11 କୋଟି ଚାଷୀ ହେବେ ଉପକୃତ
ଏହା ସହିତ ହିତାଧିକାରୀଙ୍କୁ ସ୍ଥାନାନ୍ତରିତ ମୋଟ ପରିମାଣ 2.16 ଲକ୍ଷ କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।
ନୂଆଦିଲ୍ଲୀ: ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀପାବଳୀ ଭେଟି । ଆଜି ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ-2022 କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀର ପୁସା ସ୍ଥିତ ମେଳା ପଡିଆ, ଆଇଏଆର୍ଆଇରେ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରାୟ ଦେଶ ବ୍ୟାପୀ 13,500 କୃଷକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି 1500 ଏଗ୍ରି ଷ୍ଟାର୍ଟଅପ୍ ମଧ୍ୟ ସାମିଲ ହେବାର ଯୋଜନା ରହିଛି। ସେହିପରି ଭର୍ଚୁଆଲ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ 1 କୋଟି କୃଷକ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କେନ୍ଦ୍ର ସାର ଓ ରସାୟନମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏହି ଅବସରରେ ମୋଦି ପିଏମ୍ - କିଷାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତିରେ ଟଙ୍କା ପ୍ରଦାନ କରିବେ । ଏହା ସହିତ ହିତାଧିକାରୀଙ୍କୁ ସ୍ଥାନାନ୍ତରିତ ମୋଟ ପରିମାଣ 2.16 ଲକ୍ଷ କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅଧୀନରେ ଯୋଗ୍ୟ କୃଷକମାନଙ୍କୁ ପ୍ରତି ଚାରି ମାସରେ 2 ହଜାର ତିନୋଟି ସମାନ କିସ୍ତିରେ ପ୍ରତିବର୍ଷ 6 ହଜାର ଆର୍ଥିକ ଲାଭ ପ୍ରଦାନ କରାଯାଏ । ଏହି ପାଣ୍ଠି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଛି । ଏହି ଯୋଜନା ଫେବୃଆରୀ 2019ରେ ଆରମ୍ଭ ହୋଇଥିଲା କିନ୍ତୁ ପିଏମ-କିସାନ ହେଉଛି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହା କେନ୍ଦ୍ର ସରକାରଙ୍କ ଠାରୁ ଶତ ପ୍ରତିଶତ ପାଣ୍ଠି ସହିତ । ରାଜ୍ୟ ସରକାର ଏବଂ ୟୁଟି ପ୍ରଶାସନ ଯୋଜନା ନିର୍ଦ୍ଦେଶାବଳୀ ଅନୁଯାୟୀ ସହାୟତା ପାଇଁ ଯୋଗ୍ୟ କୃଷକ ପରିବାରକୁ ଚିହ୍ନଟ କରନ୍ତି ।












Click it and Unblock the Notifications