ପିଏମ୍ କିଷାନ ଯୋଜନା: ୯ କୋଟିରୁ ଅଧିକ କୃଷକ ପାଇବେ ଲାଭ, ଜାଣନ୍ତୁ ଖାତାକୁ ଆସିବ କେତେ ଟଙ୍କା
PM Kisan: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ୍ 28 ଫେବ୍ରୁଆରୀରେ ତାମିଲନାଡୁ ଗସ୍ତ କରିବେ । ଆଜି ତାମିଲନାଡୁର ଥୋଥୁକୁଡିରେ ପ୍ରାୟ 17,300 କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବା ନେଇ ସୂଚନା ରହିଛି ।
ସେହିପରି ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରର ୟବତମାଲା ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ମଧ୍ୟ 4900 କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବା ନେଇ ସୂଚନା ରହିଛି ।

ସେହିପରି ପିଏମ୍ କିଷାନ ନିଧି ଯୋଜନା ଅଧୀନରେ ବୁଧବାର 16ତମ କିସ୍ତି ଚାଷୀଙ୍କ ଖାତାକୁ ଆସିବ । ଅପରାହ୍ନରେ ମହାରାଷ୍ଟ୍ର ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ କିଷାନ ଏବଂ ଅନ୍ୟ ଯୋଜନାରେ ଲାଭାର୍ଥୀଙ୍କୁ ଟଙ୍କା ପ୍ରଦାନ କରିବେ । 9 କୋଟିରୁ ଅଧିକ ହିତାଧିକାରୀଙ୍କ ଖାତାକୁ 16 ତମ କିସ୍ତିରେ ଆସିବ ଟଙ୍କା ।
ଏହା ସହିତ 11 ଲକ୍ଷ କୋଟିରୁ ଅଧିକ କୃଷକ ପରିବାରକୁ 3 ଲକ୍ଷ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି । ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ କେନ୍ଦ୍ର ସରକାର ପ୍ରତିବର୍ଷ ଗରିବ କୃଷକ ପରିବାରର ଆକାଉଣ୍ଟକୁ 6000 ଟଙ୍କା ଟ୍ରାନ୍ସର୍ଫର କରୁଛନ୍ତି । ଏହି ଟଙ୍କା ପ୍ରତିବର୍ଷ ସମୁଦାୟ 3ଟି କିସ୍ତିରେ ସ୍ଥାନାନ୍ତରିତ ହୋଇଥାଏ ।












Click it and Unblock the Notifications