PM Kisan: ଆଜି ଚାଷୀଙ୍କୁ ମିଳିବ ପିଏମ କିଶାନ୍ ଯୋଜନା ଟଙ୍କା
ଆଜି ଚାଷୀଙ୍କୁ ମିଳିବ ପିଏମ କିଶାନ୍ ଯୋଜନା ଟଙ୍କା । ବିହାରର ୭୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସପର ହେବ ୨ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ । ଏହି କାର୍ଯ୍ୟକ୍ରମ ସକାଳ ୧୧ଟା ପରେ ଆରମ୍ଭ ହେବ ।
ସୂଚନାନୁଯାୟୀ, ଏହି ଯୋଜନା ୨୦ତମ କିସ୍ତିରେ ଆସି ପହଞ୍ଚିଛି । କିସ୍ତି ଜାରି କରିବା ମାତ୍ରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ସେନେଇ ବିହାରର ପାଟନାରେ ବାପୁ ଅଡିଟୋରିୟମରେ କିଷାନ୍ ଉତ୍ସବ ଅବସରରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯେଉଁଥିରେ ୫୦୦୦ ଚାଷୀ ଉପସ୍ଥିତ ରହିବେ ।

ଏହି ଉତ୍ସବରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ମୁଖ୍ୟ ଅତିଥି ଭାବରେ ସାମିଲ ହେବେ। ଏହା ସହିତ ଏଥିରେ ବିଶେଷ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ସମବାୟ ମନ୍ତ୍ରୀ, ଡ଼କ୍ଟର ପ୍ରେମ କୁମାର, ସ୍ବସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେ, ପଶୁ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରେଣୁ ଦେବୀ ଏବଂ ରାସ୍ତା ନିର୍ମାଣ ମନ୍ତ୍ରୀ ନୀତିନ ନବୀନ ମଧ୍ୟ ଯୋଗ ଦେବେ । ଏମାନଙ୍କ ସମେତ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, କୃଷି ବିଭାଗର ଅଧିକାରୀ ଏବଂ କୃଷକମାନେ ଏଥିରେ ସାମିଲ ରହିବେ । ଏହା ବ୍ୟତୀତ ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଶୁକ୍ରବାର କହିଛନ୍ତି ଯେ, ଏହି ଅବସରରେ ବିହାରରେ ପ୍ରସ୍ତାବିତ ମାଖାନା ବୋର୍ଡର ମଧ୍ୟ ବିଶେଷ ଉଲ୍ଲେଖ ହେବ । କୃଷି ରୋଡ ମ୍ୟାପ୍, ଫସଲ ବିବିଧୀକରଣ, ଜଳ-ଜୀବନ, କୃଷି ଯାନ୍ତ୍ରୀକରଣ, କୃଷି ଫିଡର ଏବଂ ଗାଁ ରାସ୍ତା ସମ୍ବନ୍ଧୀୟ ଉନ୍ନତି ବିକାଶ କାର୍ଯ୍ୟ ସମ୍ପର୍କରେ ପ୍ରଦର୍ଶନ କରାଯିବ ।
ଅନ୍ୟପଟେ ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀମାନଙ୍କୁ ଆଶ୍ବସ୍ତି ଦେଇଛନ୍ତି । ଏହି ୨୦ତମ କିସ୍ତି ଜାରି କରିବା ପୂର୍ବରୁ ଚାଷୀ ପଞ୍ଜୀକରଣ ସର୍ତ୍ତକୁ ହଟାଇ ଦିଆଯାଇଛି । ଏଥି ସହିତ ଏହି ଯୋଜନାର ଅର୍ଥରାଶି ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ । ଏପର୍ଯ୍ୟନ୍ତ ଏହି ଯୋଜନାରେ କେବଳ ୪ଲକ୍ଷ ଚାଷୀ ପଞ୍ଜୀକରଣ କରିଛନ୍ତି ।












Click it and Unblock the Notifications