'ପିଏମ୍ ଜନଆରୋଗ୍ୟ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟବୀମା ଯୋଜନା'
ସ୍ଵାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଦେଶରେ ସ୍ଵାସ୍ଥ୍ୟ ଭିତ୍ତିଭୂମି ତ୍ବରାନ୍ବିତ ହୋଇଛି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କହି ଶ୍ରୀ ନଡ୍ଡା କହିଛନ୍ତି, ସମସ୍ତଙ୍କୁ ସୁଲଭ ସ୍ଵାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି ।
ଏହା ବିଶ୍ଵର ସର୍ବବୃହତ୍ ସ୍ଵାସ୍ଥ୍ୟବୀମା ଯୋଜନା । ଆର୍ଥିକ ଅନଗ୍ରସର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଏହି ଯୋଜନା ବିଶେଷ ଫଳପ୍ରଦ ସାବ୍ୟସ୍ତ ହୋଇଛି । କର୍କଟ ରୋଗର ଆଗୁଆ ଚିହ୍ନଟ ଏବଂ ଚିକିତ୍ସାପାଇଁ ସରକାର ସ୍ଵଳ୍ପ ଖର୍ଚ୍ଚରେ ସର୍ଭାଇକାଲ୍ କ୍ୟାନ୍ସର ଚିହ୍ନଟ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି ।

ଲୋକଙ୍କୁ ସହଜ ତଥା ସୁଲଭ ମୂଲ୍ୟରେ ଔଷଧ ଯୋଗାଣ ଲକ୍ଷ୍ୟ ନେଇ ଦେଶରେ ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ରମାନ ସ୍ଥାପନ କରାଯାଇଛି ବୋଲି ଶ୍ରୀ ନଡ୍ସ କହିଛନ୍ତି ।












Click it and Unblock the Notifications