ଅଯୋଧ୍ୟା ମହର୍ଷି ବାଲ୍ମିକୀ ବିମାନବନ୍ଦର ଉଦଘାଟନ କଲେ ମୋଦି

PM Modi in Ayodhya: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦର ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ମୋଦି ଅଯୋଧ୍ୟାର ପୁନଃବିକଶିତ ରେଳଷ୍ଟେସନର ଉଦଘାଟନା କରିଛନ୍ତି । ଏହାସହ ୧୫ ହଜାର ୭ଶହ କୋଟି ଟଙ୍କାର ବିଭିନ୍ନ ବିକାଳମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଅଯୋଧ୍ୟାରେ ଗୌରବମୟ ଇତିହାସ ଓ ଐତିହ୍ୟ ସହ ନୂଆ ବିଶ୍ୱସ୍ତରୀୟ ଭିତ୍ତିଭୂମିକୁ ଏଥିରେ ସ୍ଥାନ ଦିଆଯାଇଛି ।

 PM Modi in Ayodhya

ବିମାନମନ୍ଦିର ଉଦଘାଟନ କରିବା ସମୟରେ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, 'ଜାନୁଆରୀ ୨୨ ଐତିହାସିକ ମୁହୂର୍ତ୍ତ । ସାରା ବିଶ୍ୱ ଆଜି ଉତ୍ସାହର ସହ ଜାନୁଆରୀ ୨୨ ତାରିଖକୁ ଅପେକ୍ଷା କରିଛନ୍ତି । ମୁଁ ବି ରାମଭକ୍ତ ଓ ଜାନୁଆରୀ ୨୨ ତାରିଖକୁ ଉତ୍ସାହର ସହ ଅପେକ୍ଷା କରିଛି ' ।

ସୂଚନାଥାଉ ଯେ, ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ମୋଦି ରାମନଗରୀରେ ପୁର୍ନବିକଶିତ ଅଯୋଧ୍ୟା ଧାମ ରେଳଷ୍ଟେସନର ଉଦ୍‌ଘାଟନ କରିଛନ୍ତି। ରାଜ୍ୟପାଳ ଆନନ୍ଦିବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଅଯୋଧ୍ୟା ଧାମ ଷ୍ଟେସନର ଉଦଘାଟନ କରାଯାଇଛି। ଅଯୋଧ୍ୟା ଧାମ ଷ୍ଟେସନରେ ଗ୍ରୀନ୍‌ ସିଗ୍‌ନାଲ ଦେଖାଇବା ସହ ଦୁଇ ଅମୃତ ଭାରତ ଟ୍ରେନ ଓ ୬ଟି ବନ୍ଦେ ଭାରତ ଟ୍ରେନ ଗଡିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ବାଲ୍ମୀକି ବିମାନ ବନ୍ଦର, ଅଯୋଧ୍ୟା ରେଳ ଷ୍ଟେସନ, ଅମୃତ ଭାରତ ଏବଂ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମୟରେ ସେ ୨୨ ଜାନୁଆରୀରେ ଅଯୋଧ୍ୟାକୁ ନ ଆସିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଆପଣ ୫୫୦ ବର୍ଷରୁ ଅଧିକ ସମୟ ଅପେକ୍ଷା କରିଛନ୍ତି, ଆଉ କିଛି ସମୟ ଅପେକ୍ଷା କରନ୍ତୁ ବୋଲି ମୋଦି କହିଛନ୍ତି ।

ମୋଦି କହିଛନ୍ତି, "ଜାନୁଆରୀ ୨୨ରେ ଏହି ବିରାଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସମସ୍ତେ ଅଯୋଧ୍ୟା ଆସିବାକୁ ଇଚ୍ଛା କରୁଛନ୍ତି, କିନ୍ତୁ ସମସ୍ତଙ୍କ ଆସିବା ସମ୍ଭବ ନୁହେଁ। ତେଣୁ ଜାନୁଆରୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବା ପରେ ମୁଁ ସମସ୍ତ ରାମ ଭକ୍ତଙ୍କୁ ଅଯୋଧ୍ୟାକୁ ଆସିବାକୁ ଅନୁରୋଧ କରୁଛି। ୨୨ ତାରିଖ ପରେ ସେମାନେ ସେମାନଙ୍କର ସୁବିଧା ଅନୁଯାୟୀ ଅଯୋଧ୍ୟାକୁ ଆସିବା ଉଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+